Spread the love

କଟକ: ଭିଜିଲାନ୍ସ ବଡ଼ ଚଢାଉ। ଜବତ ହୋଇଛି ବହୁ ମୂଲ୍ୟବାନ କାଠ। କଟକ ଭିଜିଲାନ୍ସ ଓ ବନ ବିଭାଗ ମିଳିତ ଚଢାଉ କରି କଟକ ବନଖଣ୍ଡ ଟାଙ୍ଗୀ ସଫା ଗ୍ରାମରୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ୍ କରିଛନ୍ତି। ସୂଚନା ମୁତାବକ, ଲକ୍ଷାଧିକ ଟଙ୍କାର କାଠ ଗ୍ରାମ ନିକଟରେ ଗଚ୍ଛିତ ଥିବା ଖବର ପାଇ ଚଢାଉ କରାଯାଇଥିଲା। କାଠ ବେପାରୀ ଫେରାର ଥିବା ବେଳେ ବନବିଭାଗ କାଠ ଗୁଡିକୁ ଜବତ କରି ଭଗତପୁର ବନ କାର୍ୟ୍ୟାଳୟକୁ ଆଣିଛି।


Leave a Reply

Your email address will not be published. Required fields are marked *