Spread the love

ପୂଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ରବିବାର ଦିନ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ୨୫-୩୦ ଜଣ ପର୍ଯ୍ୟଟକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି।

ମିଳିଥିବା ଖବର ଅନୁସାରେ ବ୍ରିଜ ଭୁଶୁଡ଼ିବା ଯୋଗୁ ୬ ଜଣଙ୍କ ମୃତ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ମାଭାଲର ପର୍ଯ୍ୟଟନସ୍ଥଳୀ କୁଣ୍ଡମାଲାରେ ଏହି ଦୁର୍ଘଟଣା ଘଟିଛି। ଗତ ଦୁଇ ଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ଇନ୍ଦ୍ରାୟଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ନଦୀ କୂଳରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ।ସ୍ଥାନୀୟ ବିଧାୟକ ସୁନୀଲ ଶେଲକେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ତେବେ ଯେଉଁଠାରେ ପୋଲ ଭୁଶୁଡ଼ି ପଡ଼ିଛି ସେଠାରେ କିଛି ସ୍ଥାନ ଗଭୀର ଏବଂ କିଛି ସ୍ଥାନ ପଥରିଆ ରହିଛି। ତେଣୁ ପାଣି ଭିତରେ କେତେ ଲୋକ ଫସି ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।ଏନଡିଆରଏଫ ଦଳ, ପୋଲିସ ଏବଂ ସ୍ଥାନୀୟ ଲୋକମାନେ ନଦୀରେ ଭାସିଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ତେବେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *