Spread the love

ମନ୍ମଥ ଧଳ ମେମୋରିଆଲ ଆନ୍ତଃ ରାଜ୍ୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପନୀ ସଭାରେ ଯୋଗଦେଲେ ମହାମହିମ ରାଜ୍ୟପାଳ

ଆଙ୍କର- ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ରେ ଉଦ୍‌ଯାପିତ ହେଲା ଏକଦିବସୀୟ ମନ୍ମଥ ଧଳ ମେମୋରିଆଲ୍ ଆନ୍ତଃରାଜ୍ୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ । ବିରିପଟା ଆଞ୍ଚଳିକ ଭଳିବଲ ପ୍ରଶିକ୍ଷଣ କେନ୍ଦ୍ର ଏବଂ କିଟ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ଜିଏସଟି କମିଶନର ପ୍ରକାଶ କୁମାର ବେହେରା,ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀ,ଦଶରଥପୁର ବ୍ଳକ ଅଧ୍ୟକ୍ଷ ଦିଗାମ୍ବର ମଲିକ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲିକ,ମନଶ୍ୱିନୀ ଦାସ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଆନ୍ତରାଜ୍ୟ ଟୁର୍ଣ୍ଣାମେଂଟ ରେ ୪ଟି ଟିମ ଅଂଶଗ୍ରହଣ କରିଥିଲେ। ଅପରାହ୍ଣରେ ୫ ଟା ଉଦଯାପନୀ ସମାରୋହରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସର୍ବ ଭାରତୀୟ ଭଳିବଲ ଫେଡରେସନର ସଭାପତି ତଥା କନ୍ଧମାଲ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଏବଂ ଦୌଡ ରାଣୀ ଦୂତୀଚାନ୍ଦ ଉପସ୍ଥିତ ଥିଲେ ।ଫାଇନାଲ ଖେଳ ଓଡ଼ିଶା ସହ ଝାଡ଼ଖଣ୍ଡ ଖେଳାଯାଇଥିଲା ଓଡ଼ିଶା ଝାଡଖଣ୍ଡ ଦଳକୁ ୨-୧ ସେଟ୍ ରେ ପରାସ୍ତ କରି ଚମ୍ପିୟନ ଆଖ୍ୟା ଅର୍ଜନ କରିଥିଲା. ମୁଖ୍ୟ ଅତିଥି ବିଜୟ ଦଳକୁ ଚମ୍ପିଅନ୍ ଟ୍ରଫି ସହ ନଗଦ ୨୫ ହଜାର ଅର୍ଥରାଶି ଏବଂ ଝାଡ଼ଖଣ୍ଡ ଦଳକୁ ରନର୍ସ ଟ୍ରଫି ସହ ନଗଦ ୧୫ ହଜାର ଅର୍ଥରାଶି ପ୍ରଦାନ କରିଥିଲେ ।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *