Spread the love

ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଶନିବାର ଦିନ ଉତ୍ତର ବଙ୍ଗଳାରେ ନବମ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ବେଳେ ପ୍ରୋଟୋକଲ୍ ଉଲ୍ଲଂଘନ ଏବଂ କାର୍ଯ୍ୟକ୍ରମ ସ୍ଥଳ ପରିବର୍ତ୍ତନକୁ ନେଇ ସେ ନିରାଶା ବ୍ୟକ୍ତ କରିଛନ୍ତି।

କହିଛନ୍ତି, ସ୍ଥାନଟି ସଂକୀର୍ଣ୍ଣ । ମାତ୍ର ଏଠାରେ ୫ ଲକ୍ଷ ଲେକ ଏକତ୍ରିତ ହୋଇପାରିବେ । ମୁଁ ଜାଣିନାହିଁ ପ୍ରଶାସନର ମନରେ କଣ ଥିଲା ।ଏପରି ଏକ ସ୍ଥାନ ବାଛିଲେ ଯେଉଁଠାରେ ସାନ୍ତାଳ ଲୋକେ ଯାଇପାରିଲେନି । ପ୍ରଶାସନ ଭାବିଥିଲା କେହି ଉପସ୍ଥିତ ହେବେ ନାହିଁ, ରାଷ୍ଟ୍ରପତି ଆସି ଫେରିଯିବେ । ଯଦି ରାଷ୍ଟ୍ରପତି କୈଣସି ସ୍ଥାନକୁ ଆସନ୍ତି, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ଆସନ୍ତି । ମୁଁ ମଧ୍ୟ ବେଙ୍ଗଲର ଝିଅ ମମତା ଦିଦି ମୋ ସାନ ଭଉଣୀ ପରି । ମୁଁ ଜାଣିନାହିଁ ସେ ମୋ ଉପରେ ରାଗିଛନ୍ତି କି ନାହିଁ , ସେଥିପାଇଁ ଏହା ଘଟିଛି ।ସେପଟେ ଏହି ଅବସରରେ ମଞ୍ଚରେ ଯେତେବେଳେ ରାଷ୍ଟ୍ରପତି ଭାଷଣ ଦେଇଥିଲେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ସାନଭଉଣୀ ବୋଲି କହି ସମ୍ବୋଧନ କରିଥିଲେ । ମୁଁ ତାଙ୍କ ବଡ଼ ଭଉଣୀ ଭଳି ଭଲପାଏ । ଏହାସହ ସେ କହିଥିଲେ କି, ଏଭଳି ଏକ ବିଶାଳ କାର୍ଯ୍ୟକ୍ରମ ପାଇଁ ସେ କାହିଁକି ଛୋଟ ପଡ଼ିଆ ଦେଲେ । ମମତା ଭାବିଥିଲେ କି, ମୁଁ ଆସି ଏଭଳି ଏକ ଛୋଟ କାର୍ଯ୍ୟକ୍ରରେ ଯୋଗ ଦେବି ଆଉ ଫେରିଯିବି । ଏହି କାର୍ଯ୍ୟକ୍ରମରେ ସମ୍ବୋଧନ ସମୟରେ ଏମିତି କହିଥିଲେ ରାଷ୍ଟ୍ରପତି ।

Leave a Reply

Your email address will not be published. Required fields are marked *