Spread the love

ମହାନଦୀ ରେ ବନ୍ୟା:୨୫୦ ହେକ୍ଟର ଚାଷଜମି ଜଳମଗ୍ନ। କାଳ ସାଜିଛି ପଛୁଆ ପାଣି

ଅମ୍ବାଭୋନା -୧୭/୦୯/୨୦୨୩-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ରେ ସାମାନ୍ୟ ବର୍ଷା ହୋଇଛି ମାତ୍ର ଛତିଶଗଡ଼ ଉପର ମୁଣ୍ଡରେ ଲଗାଣ ବର୍ଷା ଓ ମହାନଦୀ ଗର୍ଭକୁ ସରଗୁଜା,ଗାଙ୍ଗରେଲ,ସାରାଡିହି, କଲମା ଆଦି ବ୍ଯାରେଜ ରୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ ଯୋଗୁଁ ମହାନଦୀ ରେ ଜଳପତ୍ତନ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ମାତ୍ରାଧିକ ବର୍ଷାଜଳ ମହାନଦୀକୁ ଛଡାଯିବା ଏବଂ ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରୁ କମମାତ୍ରାରେ ବନ୍ୟାଜଳ ନିଷ୍କାସନ ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଫଳରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖିଲି,ବେନିଆଁପାଲି,ଅନ୍ତରାଡି, ଘୁଘୁରାପାଲି ,ବଡ଼ମାଲ,ସଉନ୍ତାମାଲ୍ ଆଦି ଗ୍ରାମର ପାଖାପାଖି ୨୫୦ ହେକ୍ଟର ଚାଷଜମି ରେ ବନ୍ୟାଜଳ ପ୍ରବାହିତ ହେଉଛି।ମହାନଦୀର ଜଳ ସ୍ତର ବଢ଼ିବା ନେଇ ଦ୍ବନ୍ଦ ରେ ରହିଛନ୍ତି ଚିଖିଲି ଗ୍ରାମ ବାସୀ। ମତ୍ସ୍ୟଜୀବୀମାନଙ୍କ ଜାଲ ଡଙ୍ଗା ମଧ୍ୟ ଭାସିଯାଇଛି। ପନିପରିବା ଚାଷୀମାନେ ବହୁ କ୍ଷତି ର ସମ୍ମୁଖୀନ ହୋଇଛନ୍ତି। ମହାନଦୀ ର ପଛୁଆ ପାଣି ପ୍ରତି ବର୍ଷ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ହୀରାକୁଦ ବନ୍ଧ ରୁ ଯଦି ଜଳ ନିଷ୍କାସନ ରେ ବିଳମ୍ବ ହୁଏ , ତେବେ ବନ୍ଯାଜଳ ବଢ଼ି ମହାନଦୀକୁଲିଆ ଗ୍ରାମମାନଙ୍କରେ ବହୁ କ୍ଷତି ଘଟାଇବାର ସମ୍ଭାବନା ରହିଛି। ଖବର ଲେଖା ପର୍ଯ୍ୟନ୍ତ ମହାନଦୀ ର ପଛୁଆ ପାଣି ଚିଖିଲି ଗାଁ ସ୍କୁଲକୁ ଛୁଇଁଛି ମାତ୍ର ଗ୍ରାମଭିତରକୁ ବନ୍ୟାଜଳ ପଶିପାରିନାହିଁ ।ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ ପ୍ରକାଶ କରିଛନ୍ତି । ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା କରିବା ପାଇଁ ଅମ୍ବାଭୋନା ତହସିଲଦାର ଗଙ୍ଗାରାମ ବୁଡେକ ସମସ୍ତ ରାଜସ୍ୱ ନୀରିକ୍ଷକ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଧେଶ ଦେଇଛନ୍ତି। ବନ୍ୟା ଯୋଗୁଁ କହ୍ନେଇ ପାଲି ପୋଲ ଉପରେ ୬ଫୁଟ ବନ୍ଯାଜଳ ଜମି ରହିଥିବାରୁ ଅମ୍ବାଭୋନା ବାଞ୍ଜିପାଲି ରାସ୍ତା ଅବରୋଧ ହୋଇଛି।ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *