Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ମହାରାଷ୍ଟ୍ରରେ ଅଣାୟତ୍ତ କରୋନା

 

 

ଜେ ବି ଏନ, ୧୩/୦୪ /୨୦୨୧, ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି, ମୁମ୍ବାଇ : ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରେରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକ୍‌ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେଲେ କଡ଼ା ପଦକ୍ଷେପ। ସାରା ରାଜ୍ୟରେ ଏପ୍ରିଲ ୧୪ ରାତି ୮ଟାରୁ ରାଜ୍ୟରେ ଧାରା ୧୪୪ ଲାଗୁ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ରାଜ୍ୟରେ ଗତ ବର୍ଷ ପରି ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗିବ ନାହିଁ। କିନ୍ତୁ ସମସ୍ତ ପ୍ରକାରର ଅନାବଶ୍ୟକ ସେବା ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ଏଥିପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ୍। କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ବିନା କାରଣରେ ଲୋକଙ୍କ ଘରୁ ବାହାରିବା ଉପରେ ରୋକ୍ ଲଗାଯାଇଛି। ଗାଇଡଲାଇନରେ ଉଲ୍ଲେଖ ରହିଛି ଯେ, ଜରୁରୀ ସେବାକୁ ବାଦ୍‌ ଦେଲେ ବାକି ସବୁ କିଛି ବନ୍ଦ ରହିବ। ଇକର୍ମସ, ବ୍ୟାଙ୍କ, ମିଡିଆ, ପେଟ୍ରୋଲ ପମ୍ପ, ସୁରକ୍ଷା ଗାର୍ଡ ଆଦି ଖୋଲା ରହିବ। ଗଣମାଧ୍ୟମ ପ୍ରତିନିଧିଙ୍କ ଯିବା ଆସିବାରେ କୌଣସି କଟକଣା ନାହିଁ। ରେସ୍ତୋରାଁ ଖୋଲା ରହିବ, କିନ୍ତୁ ସେଠାରେ ବସି ଖାଇବାକୁ ବାରଣ କରାଯାଇଛି। କେବଳ ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି। ଏଥିସହିତ ରାଜ୍ୟରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଗମନାଗମନ ଉପରେ ରୋକ୍‌ ଲଗାଯିବ। ଏଥିସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକ୍‌ଡାଉନ୍‌ ଶବ୍ଦର ବ୍ୟବହାର ନକରି ‘ବ୍ରେକ୍‌ ଦ ଚେନ୍’ ଅଭିଯାନ ବୋଲି କହିଛନ୍ତି।