Spread the love

ମହିୟସୀ ମହିଳା ଲାବଣ୍ୟ ରଣାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଢେଙ୍କାନାଳ, ୧୮/୬: ଢେଙ୍କାନାଳ ମୀନାବଜାର ୧୫ ନଂ ୱାର୍ଡର ବାସୀନ୍ଦା ତଥା ସ୍ଵୟଂ ସହାୟିକା ମହିଳା ଲାବଣ୍ୟ ରଣାଙ୍କ ପ୍ରଥମ ଶ୍ରାଦ୍ଧ ଦାର୍ଷିକୀ ଅନୁଷ୍ଠିତ ହୋଇଯାଇଅଛି । ସ୍ୱର୍ଗତ ଲାବଣ୍ୟ ପ୍ରଥମ ସ୍ୱୟଂ ସହାୟିକା ମହିଳା ଥିଲେ ଏବଂ ବହୁ ସ୍ଵୟଂ ସହାୟିକା ଗୋଷ୍ଠୀ ଗଠନ କରିବାରେ ତାଙ୍କର ଭୂମିକା ରହିଛି । ତାଙ୍କ ଶ୍ରାଦ୍ଧ ଦିବସରେ ବହୁ ସ୍ଵୟଂ ସହାୟିକା ମହିଳା ଉପସ୍ଥିତ ରହି ତାଙ୍କର ସ୍ମୃତିଚାରଣ କରିଥିଲେ । ଉକ୍ତ ସ୍ମୃତି ସଭାରେ ୧୫ ନଂ ୱାର୍ଡର କାଉନ୍‌ସିଲର ତଥା ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ସଭାପତି ନିରୋଦ କୁମାର ସାହୁ, ସଂପାଦକ ପିତବାସ ସାହୁ, କୃଷ୍ଣଚନ୍ଦ୍ର ଦେବତାଙ୍କ ସହିତ ପରିବାରର ବିରଂଚି ନାରାୟଣ ରଣା, ଦୁଃଖବନ୍ଧୁ ରଣା, ଦିନବନ୍ଧୁ ରଣା, ଦୀପକ ରଣା, ସିପୁନ୍ ରଣା, ଜ୍ଞାନରଞ୍ଜନ ରଣା ଓ ପାର୍ଥସାରଥୀ ରଣା ପ୍ରମୁଖ ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମଧ୍ୟାହ୍ନରେ ସମସ୍ତଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *