Spread the love

ମହେଶ ଭେଟିଲେ ହାତୀଆକ୍ରମଣରେ ମୃତକ ମାନଙ୍କ ପରିବାରଙ୍କୁ

(ସପ୍ତାହକରେ ହିନ୍ଦୋଳରେ ହାତୀଆକ୍ରମଣରେ ଦୁଇମୃତ ଜଣେ ଆହତ

ହିନ୍ଦୋଳ- ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞରେ ଅସହ୍ୟ ହେଲାଣି ହାତୀ ଉପଦ୍ରବ।ମୁଣ୍ଡ ପରେ ମୁଣ୍ଡ ଗଡି ଚାଲିଥିଲା ବେଳେ କ୍ଷତି ପୁରଣଦେଇ ଚୁପ୍ ବସିଯାଉଛି ବନବିଭାଗ।୭ଦିନରେ ୩ଜଣ ଲୋକ ହାତୀ ଆକ୍ରମଣର ଶିକାର ହୋଇଥିବାବେଳେ ବିଗତ ତିନିବର୍ଷରେ ୧୧୪ଲୋକ ପ୍ରାଣ ହରେଇଲେଣି।ତଥାପି ବନବିଭାଗ ଏବଂ ସରକାରଙ୍କ ତରଫରୁ କୈାଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ।ଗତକାଲି ଝାଡୁବେରିଣୀ ଗ୍ରାମର ପ୍ରଦୀପ କୁମାର ଦାସ ଘରକୁ ଫେରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିବାବେଳେ ବାଘଧରିଆ ଗ୍ରାମର ବିପିନି ଗଡ଼ନାୟକ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି।ସେପଟେ କନ୍ତିମିଲି ଗ୍ରାମର ସୁରେଶ ଦେହୁରୀ ହାତୀ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି।ତେବେ ଢେଙ୍କାନାଳର ପୂର୍ବତନ ଜନପ୍ରିୟ ସାଂସଦ ମହେଶ ସାହୁ ମୃତକ ପ୍ରଦୀପ ଦାସ ଓ ବିପିନି ଗଡ଼ନାୟକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବାସହ ଉଭୟଙ୍କୁ ଯଥାଶୀଘ୍ର ଆବଶ୍ୟକ କ୍ଷତିପୂରଣ ଦିଆଯାଉ ବୋଲି ଦାବିକରିବାସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।ସରକାରୀ ରିପୋର୍ଟରେ ହିନ୍ଦୋଳ ରେଞରେ ବର୍ଷ ତମାମ ୨୦୦ରୁ ୨୫୦ ହାତୀ ରହୁଛନ୍ତି।ଯଦି ସରକାର କିଛି ପଦକ୍ଷେପ ଗ୍ରହଣ କରନ୍ତି ଆଗାମୀ ଦିନରେ ଏହା ବୃଦ୍ଧି ପାଇବା ସହିତ ଧନଜୀବନ ନଷ୍ଟ ହେବାର ସମ୍ଭାବନା ଅଧିକ। ହିନ୍ଦୋଳ ରେଞଟି ଅନୁଗୋଳ, ନରସିଂହପୁର,ଆଠଗଡ଼ ଏବଂ ଢେଙ୍କାନାଳ ଜଙ୍ଗଲ ସହିତ ସଂଲଗ୍ନ ଥିବାରୁ ଅଧିକ ହାତୀ ଏହି ରେଞରେ ଚଳପ୍ରଚଳ କରନ୍ତି।ବିଗତ ଦିନରେ ଅନ୍ୟ ଜଙ୍ଗଲରୁ ହାତୀ ଆଣି ଏହି ଜଙ୍ଗଲରେ ଛଡା ଯାଇଥିବାର ନଜର ମଧ୍ୟ ରହିଛି।ଏହିରେଞଟି ହାତୀମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଥିବାରୁ ହାତୀମାନେ ଦିନ ଦ୍ଵିପ୍ରହରେ ରାସ୍ତାରେ ଚଳପ୍ରଚଳ କରୁଥିବାରୁ ଲୋକମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେବେ ଏଠାରେ ବନବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଥିବା ଜନସାଧାରଣ ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *