Spread the love

ମୋ ଘର ଯୋଜନା କାହା ସ୍ୱାର୍ଥରେ ? ପାଇଖାନା ଘରେ ବିତୁଛି ବୃଦ୍ଧାଙ୍କ ଜୀବନ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ପାଇଖାନାରେ ବିତୁଛି ବୃଦ୍ଧାଙ୍କ ଜୀବନ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଗୁଟିଙ୍ଗିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ୪ ନମ୍ବର ୱାର୍ଡ ସାନ ଗୁମାଗଡ଼ ସାହିରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଅନେକ ଯୋଜନା ସରକାର ଆଣିଥିଲେ ମଧ୍ୟ ସୁମିତ୍ରା ନାୟକ ପିତା ଉଗ୍ରସନ ନାୟକଙ୍କ ପାଖରେ ପହଂଚି ପାରିନି ସରକାରଙ୍କ ମୋ ଘର ଯୋଜନା। ସୂଚନା ମୁତାବକ ସୁମିତ୍ରା ନାୟକ ଜଣେ ଶାରୀରିକ ଭିନ୍ନକ୍ଷମ ଓ କଥା କହିପାରନ୍ତି ନାହଁ ଏବଂ ଏକା ରହନ୍ତି। ସେହି ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ନିର୍ମିତ ଏକ ପାଇଖାନା ଘରେ ଆଜକୁ ଦୀର୍ଘ ୧୦ ବର୍ଷ ହେବ ସେହି ପାଇଖାନାରେ ବିତୁଛି ଏହି ବୃଦ୍ଧା ମହିଳାଙ୍କ ଜୀବନ। ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କଲେ ମଧ୍ୟ ସୁମିତ୍ରା ନାୟକଙ୍କୁ ସରକାରୀ ଘର ଖଣ୍ଡିଏ ପ୍ରଦାନ କରି ପାରୁନାହାନ୍ତି ସରକାର। ଏନେଇ ସ୍ଥାନୀୟ ସରପଞ୍ଚ ଆକାଂକ୍ଷା ପ୍ରଧାନ କହିଛନ୍ତି, ଆଗାମୀ ଦିନରେ ସେ ନିଶ୍ଚିତ ଭାବେ ଏ ଦିଗରେ ଦୃଷ୍ଟିଦେଇ ଯେଭଳି ଭାବେ ତାଙ୍କୁ ଘର ପ୍ରଦାନ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବେ।

Leave a Reply

Your email address will not be published. Required fields are marked *