Spread the love

ମୌସୁମୀ ବର୍ଷା ପାଇଁ ରାସ୍ତାରେ ଅଟକି ରହିଲା ବସ ଏବଂ ଟ୍ରକ,

ଚାଳକଙ୍କ ଅସାବଧାନତା ପାଇଁ ଯାତାୟତ ବାଧାପ୍ରାପ୍ତ

ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ ଅନ୍ତର୍ଗତ ନୂଆହତା ଛକ ଜାତୀୟ ରାଜପଥ ରେ ବର୍ଷା ପାଇଁ ରାସ୍ତାରେ ଅଟକି ରହିଲା ଯାତ୍ରୀବାହୀ ବସ ଏବଂ ଟ୍ରକ ଫଳରେ ରାଜପଥରେ ଯାତାୟତ ବାଧା ପ୍ରାପ୍ତ ହୋଇଥିଲା। ସୂଚନା ଯେ, ୨୪ ଓ ୨୫ ତାରିଖରେ ଲଗାଣ ବର୍ଷା ପାଇଁ ରାଜପଥ ୫୫ ନମ୍ବର ରାସ୍ତା ବେହାଲ ହୋଇ ପଡିଛି। କିଛିଦିନ ହେବ ରାଜପଥ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଅମାନିଆ ଗାଡି ଚାଳକଙ୍କ ଅସାବଧାନତା ଗାଡି ଚାଳନା ନେଇ ରାଜପଥ ରେ ବିପୁଳ ଭାବେ ଟ୍ରାଫିକ୍ ସମସ୍ୟା ଉପୁଜୁଛି। ଏହି ରାସ୍ତାରେ ଅଧିକାଂଶ ସମୟ କାରଖାନା ର ଶ୍ରମିକ ବସର ମନମୁଖୀ ପାର୍କିଂ କୁ ନେଇ ଦୁର୍ଘଟଣା ସମସ୍ୟା ଉପୁଜି ବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରିଯାନ ତ ପର କଥା ପଥଚାରୀ ମାନେ ଯିବାଆସିବା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave a Reply

Your email address will not be published. Required fields are marked *