Spread the love

ହେରାପଞ୍ଚମୀ ରେ ଶ୍ରୀଜୀଉଙ୍କ ରଥ ଭାଙ୍ଗିଲେ ମାତା ଲକ୍ଷ୍ମୀ

ଅନୁଗୋଳ ଜିଲ୍ଲା ବଅଁରପାଳ ପଞ୍ଚ ଶ୍ରୀକ୍ଷେତ୍ର ମନ୍ଦିର ପକ୍ଷରୁ ହେରାପଞ୍ଚମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଭଗବାନଙ୍କ ମାନବୀୟ ଲୀଳା ଖେଳାର ସ୍ବତନ୍ତ୍ର ଗୁରୁତ୍ୱ ରହିଛି । ହେରା ପଞ୍ଚମୀ ଜଗନ୍ନାଥ ସଂସ୍କୃତିର ଅନ୍ୟତମ ନୀତି। ଏ ପରିପ୍ରେକ୍ଷୀରେ ଗୁଣ୍ଡିଚା ଯାତ୍ରା ଦିନ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ମାଉସୀ ଘର ତଥା ଜନ୍ମ ବେଦୀକୁ ବୁଲି ଯାଇଥିବା ବେଳେ ସାଙ୍ଗରେ ପତ୍ନୀ ଲକ୍ଷ୍ମୀଙ୍କୁ ସାଥିରେ ନେଇ ନଥିବାରୁ ତାଙ୍କର ଅଭିମାନ ହୋଇଥିଲା । ଚାରିଦିନ ଦିନ ଧରି ଦିଅଁ ମାନେ ଶ୍ରୀ ମନ୍ଦିରରେ ଅନୁପସ୍ଥିତ ଦେଖି ସେମାନଙ୍କ ଖବର ବୁଝିବା ପାଇଁ ମାତା ଲକ୍ଷ୍ମୀ ଶ୍ରୀ ମନ୍ଦିର ଛାଡି ବାହାରିଥିଲେ । ସନ୍ଧ୍ୟା ଆଳତୀ ପରେ ଘଣ୍ଟ, ନାମ ସଙ୍କୀର୍ତ୍ତନ ବନାଟି ଖେଳ , ଆତସବାଜି ମଧ୍ୟରେ ସୁସଜ୍ଜିତ ବିମାନରେ ବସି ମା ଲକ୍ଷ୍ମୀ ମନ୍ଦିରରୁ ବାହାରି ବଅଁରପାଳ ଛକ ନିକଟରେ ଥିବା ମାଉସୀ ମା ମନ୍ଦିର ପହଞ୍ଚି ଥିଲେ । ସେଠାରେ ଉଭୟ ପକ୍ଷର ସେବାୟତ ମାନଙ୍କ ମଧ୍ୟରେ ପାରମ୍ପରିକ କଳହ ବୋଲି ହୋଇଥିଲା । ମା ଲକ୍ଷ୍ମୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନ ପାଇ ରାଗରେ ନନ୍ଦିଘୋଷ । ରଥରୁ କାଠ ଖଣ୍ଡେ ଭାଙ୍ଗି ଫେରିଥିଲେ । ହେରା ପଞ୍ଚମୀ ଅବସରରେ ଆଡ଼ପ ମଣ୍ଡପରେ ସାଂସ୍କୁତିକ କାର୍ଯ୍ୟକ୍ରମ ସହ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *