Spread the love

ଯନ୍ତ୍ରଣାରେ କଳାହୀରା ସହର ତାଳଚେର
ବିକାଶର ମନ୍ତ୍ର ଦେଉନି କାମ , ଅବହେଳିତ, ଶୋଷିତ, ନିରୁପାୟ ତାଳଚେର ମାଟି!
ତାଳଚେର, ୨୧/୦୪ ତାଳଚେର ମାଟି ତାର ପୂର୍ବ ପୁରୁଷର କି ଧର୍ମ କରିଥିଲା, ଯାହା ତାଳଚେର ମାଟିକୁ ଏକ ସୁନାର ମାଟିଭାବେ ମା’ଲକ୍ଷ୍ମିଙ୍କର ବରଦାନ ମିଳିଛି । ଯାହା ଆଜି ତାଳଚେର ମାଟି ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାରା ଭାରତକୁ ଆଲୋକୀତ କରୁଛି । ମାଟି ଆଜି ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି କିନ୍ତୁ ସମୟ ଆଗରେ ହାରମାନିନ ତାଳଚେର । ନିଜ ଗର୍ଭରେ ପୋତି ରଖିଥିବା ଖଣିଜ ସମ୍ପଦ ଯୋଗୁଁ ଆଜିର ଇତିହାସରେ ଏକ ମାନଚିତ୍ର ଭାବେ ନିଜକୁ ଉଭା କରିପାରିଛି । ଅନୁମାନ କରାଯାଏ କି, ତାଳଚେର ଏହି ଖଣିଜ ସମ୍ପଦରେ ଆଜି ସାରା ଭାରତକୁ ଆଲୋକୀତ କରୁଥିବା ବେଳେ ନିଜେ ଅଶହାୟ ଓ ଅନ୍ଧାରମୟ ଜୀବନ ଅତିବାହିତ କରୁଛି । ଏଠି ଯେଉଁ ନେତାମାନେ ନିର୍ବାଚିତ ହୋଇଛନ୍ତି କିଛି ନା କିଛି ମାଟି ପାଇଁ ଆଶା ଦେଇଛନ୍ତି କିନ୍ତୁ ତାହା ପରବର୍ତି ମୁହର୍ତରେ ‘ଆଶା’ ଆଶାରେ ହିଁ ରହି ଯାଇଛି । ଯେଉଁ ନେତାମାନେ ନିର୍ବାଚିତ ହୋଇଛନ୍ତି ପ୍ରାୟ ସେମାନେ ପ୍ରାୟ ୧୦ରୁ ୨୦ବର୍ଷ ପର୍ଯ୍ୟନ୍ତ ନିଜର ଗାଦିମାଡ଼ି ବସିବା ସହ ତାଙ୍କର କାର୍ଯ୍ୟ ମାଟି ପାଇଁ ହେଲ୍ପଲେସ୍ ଭଳି ମନେହୁଏ । ତିନି ତିନିଟି ଦଳର ନେତା ଓଡ଼ିଶା ଗାଦିରେ ବସିଲେଣି, ଯିଏ ଯେଉଁ ପ୍ରକାର ଆଶ୍ୱସନା ପ୍ରଦାନ କରିଛି, ତାହା ଅସଫଳ ସାବ୍ୟସ୍ତ ହୋଇଛି । ତାଳଚେର ଆଜି ଅବହେଳିତ, ଶୋଷିତ, ନିରୁପାୟ ଓ ଯନ୍ତ୍ରଣାରେ କଳାହୀରା ସହରର ମାଟି । ନିର୍ବାଚନ ସମୟରେ ବିକାଶର କଥା ଆସିଲେ ଦଳଦଳ ହୋଇ ଭାଷଣବାଜି, ପଥପ୍ରାନ୍ତସଭା, ବାଇକରାଲି, ପଦଯାତ୍ରା ଆଦି ହୀନରାଜନୀତି ଯୋଗୁଁ ତାଳଚେର ମାଟି ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଏଠି କଥା ଆସେ, ତାଳଚେର ରାଣୀପାର୍କ ଜଙ୍ଗଲ ଓ ଡ଼ିଅରପାର୍କ, ତାଳଚେର ବସଷ୍ଟାଣ୍ଡ, ରାଜୁଡ଼ା ଅମଳରୁ ନିର୍ମାଣ କରାଯାଇଥିବା ପୋଖରୀ, କଲ୍ୟାଣୀମଣ୍ଡପ, ରାଜାବାଟ୍ଟୀ ସମ୍ମୁଖରେ ଆଇଲଭୟୁ ତାଳଚେରର ସୌନ୍ଦର୍ଯ୍ୟ କରଣ, ଗଳିକନ୍ଦି ରାସ୍ତା ସହ ମୁଖ୍ୟରାସ୍ତା ଏପରିକି ରାଣୀପାର୍କ ବସ୍‌ଷ୍ଟାଣ୍ଡ ଏବଂ ପଛପାଶ୍ୱର୍ରେ ନିର୍ମାଣ କରାଯାଉଥିବା କୋଲମ୍ୟୁଜିୟମ ଆଦି ପ୍ରତ୍ୟେକ ବିକାଶକ୍ଷେତ୍ରରେ ସବୁ ଅଧାପନ୍ତରିଆ ହୋଇ କାର୍ଯ୍ୟ କଚ୍ଛପ ଓ ମନ୍ଥର ଗତିରେ । ଅନୁଗୋଳ କୋଲମ୍ୟୁଜିଅମ ନିର୍ମାଣ ସରି ସହରବାସୀ ଏହାର ଫାଇଦା ଉଠାଉଥିବା ବେଳେ ତାଳଚେରରେ ତିନିବର୍ଷରୁ ଉର୍ଦ୍ଧ୍ୱ ବିତି ଯାଇଥିଲେ ହେଁ ଏହି କୋଲମ୍ୟୁଜିଅମଟି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ଏଗୁଡ଼ି କେବେ ସମ୍ପୂର୍ଣ୍ଣ ହେବ ଓ ସର୍ବସାଧାରଣଙ୍କ କାର୍ଯ୍ୟରେ କେବେ ଆସିବ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ବିଭିନ୍ନ ଛକ ଓ ସ୍ଥାନ ଗୁଡ଼ିକରେ ଚର୍ଚ୍ଚା ହେଉଥିବା ପରିଲକ୍ଷିତ ହେବାସହ ଅନ୍ୟ ଜିଲ୍ଳାର ଅଧିବାସୀମାନେ ମଧ୍ୟ ଆପେକ୍ଷ କରି କହୁଛନ୍ତି କି, ଦୀପତଳ ଅନ୍ଧାର । ଏତିକି ନୁହେଁ ତାଳଚେରର ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ ଯାହା ନେତା କିମ୍ବା ପ୍ରଶାସନ ଦୃଷ୍ଟିରେ ଆସୁନାହିଁ ଏହାର ଅର୍ଥ ପ୍ରାୟ ସମୟରେ ସର୍ବସାଧାରଣ ଖୋଜିବାରେ ଲାଗିଛନ୍ତି । ତାଳଚେରର ଏପରି ଦୁର୍ଦ୍ଦଶା କିପରି ନେତା, ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟିକୁ ଆସୁନାହିଁ ତାହା ଏକ ଦୁର୍ଭାଗ୍ୟଜନକ ବିଷୟ । ଯେକୌଣସି ସ୍ଥାନରେ କୌଣସି ନା କୌଣସି କାର୍ଯ୍ୟକ୍ରମ ଚାଲେ ସେଠି ଛତ୍ରଛାୟା ତଳେ ରହୁଥିବା କୁଜି ନେତାମାନେ ନେତାଙ୍କ ପୂର୍ବରୁ ପଂହଚି ଯାଇଥାନ୍ତି, ଯେପରି ନେତାଙ୍କର ଅସୁବିଧା ନହୁଏ, ଏଠି ତାଳଚେର ପ୍ରତ୍ୟେକ ଦିନ ଅସୁବିଧାର ସମ୍ମୁଖୀନ ହେଉଥାଉ କାହିଁକି ନା ମାଟି ନୁହେଁ ପାଟିର ଆବଶ୍ୟକତା ରହିଛି ବୋଲି ଦଳର ବୈଠକ ଚାରିକାନ୍ଥ ଭିତରେ ଶୁଣାଯାଏ । ଯଦି ଏପରି ମନୋଭାବରେ ଚାଲେ ତେବେ ତାଳଚେର ଆଗାମୀ ଦିନରେ ପରବର୍ତି ପୀଢ଼ିପାଇଁ କେବଳ ଅନ୍ଧାର ଛଡ଼ା ଆଉକିଛି ନୁହେଁ ବୋଲି ଚର୍ଚ୍ଚା ଚାଲିଛି । ତେଣୁ ତାଳଚେରରୁ କୋଟି କୋଟି ଟଙ୍କା ରାଜସ୍ୱ ଉଭୟ ସରକାର ନେଉଥିବା ବେଳେ ତାଳଚେରର ବିକାଶ ଦିଗରେ ଧ୍ୟାନଦେବା ସହ ପ୍ରତ୍ୟେକ ଜରୁରୀ କାର୍ଯ୍ୟକୁ ପୂରଣ କରାଯିବାନେଇ ବିଭିନ୍ନ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *