Spread the love

ତା- ୧୫/୦୩/୨୩
ଯାଜପୁର
ଦଶରଥପୁର
ବିକାଶରେ ପଥେ ସରପଞ୍ଚ :-

ଆମେ କହୁଛୁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଚମ୍ପେଇପାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ହିମାଂଶୁ ନାୟକଙ୍କ କଥା. କଥା ଦେଇ କଥା ରଖୁଛନ୍ତି.ନିଜର ଦକ୍ଷତା ଠୁଁ ଅଧିକ ଉଦାରତା ପାଇଁ ପ୍ରଶଂସିତ. ନିଜ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ଯୋଜନାକୁ ସୁଚାରୁରୂପେ ସଫଳ ରୂପାୟନ କରିଥିବା ଦେଖିବାକୁ ମିଳିଛି. ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ରୁ ବୃକ୍ଷରୋପଣ ପରି କାର୍ଯ୍ୟ ସବୁ ସୁଚାରୁରୂପେ କରିଥିବା ଦେଖିବାକୁ ମିଳିଛି.୮୦୦୦ ରୁ ଅଧିକ ବୃକ୍ଷରୋପଣ କରି ଛୋଟ ଶିଶୁ ପରି ଯତ୍ନ ନେଉଛନ୍ତି. ତାଙ୍କୁ ଉକ୍ତ କାର୍ଯ୍ୟରେ ସାହାଯ୍ୟର ହାତ ବଢାଇଛନ୍ତି ପ୍ରଭୁକୃଷ୍ଣ ମହାନ୍ତି ଓ ସଦାନନ୍ଦ ଦାସଙ୍କ ସହିତ ଅନ୍ୟମାନେ. ନିର୍ବାଚନ ବେଳେ ଲୋକଙ୍କ ସମସ୍ୟା ଦୂରେଇବାକୁ କଥା ଦେଇଥିଲେ. ଏବେ ସମୟ ଆସିଛି ଲୋକ ମାନଙ୍କ ସମସ୍ୟା ବୁଝିବେ. ସେମାନଙ୍କ ଦୁଃଖ ଦୂର କରିବାକୁ ଯଥାସାଧ୍ୟ ଚେଷ୍ଟା କରିବେ.. ଏଥିପାଇଁ ବେଶ୍ ତତ୍ପର ହୋଇ ପଡ଼ିଛନ୍ତି ସରପଞ୍ଚ ବାବୁ. ପ୍ରଶାସନ ସ୍ତରରୁ ହେଉ କି ନିଜ ପକେଟ୍ ରୁ ପଞ୍ଚାୟତ ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି .ଯେକୌଣସି ଅଘଟଣ ଘଟିଲା ପରେ ଘଟଣା ସ୍ଥଳକୁ ତୁରନ୍ତ ଛୁଟି ଆସିଥାଆନ୍ତି. ଯଦି କୌଣସି ପରିବାର ଦୁଃଖରେ ଭାଙ୍ଗିପଡିଥାଆନ୍ତି ତାହାହେଲେ ତାଙ୍କ ପରିବାରକୁ ସାହାଯ୍ୟ ସହାୟତା ଓ ସାନ୍ତ୍ୱନା ଦିଅନ୍ତି ହିଂମାଶୁ. ଜନସାଧାରଣଙ୍କ ସମସ୍ୟା ଦୂରେଇ ସେମାନଙ୍କ ମୁହଁରେ ହସ ଫୁଟାଇବା ତାଙ୍କର ମୂଳ ଲକ୍ଷ୍ୟ.ସରପଞ୍ଚ ଭାବେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗେଇ ନେବା ।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *