Spread the love

ଯୋଡ଼ାଥାନା ଅନ୍ତର୍ଗତରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଜଣେଗିରଫ।

ବିହାର ରାଜ୍ୟରୁ ଆସି ଟାୟାର ଦୋକାନରେ କାର୍ଯ୍ୟ କରୁଥିଲା ନାବାଳିକା କୁ ଦୁଷ୍କର୍ମକଲା ଏମ ଡି ଲଡେନ୍ । କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତାର୍ଗତରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ଜଣକୁ ଗିରଫକଲା ଯୋଡ଼ା ପୋଲିସ୍ । କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳ ତଥା ଯୋଡ଼ାଥାନା ଅନ୍ତର୍ଗତ ୧୧ନମ୍ବର ୱାର୍ଡ କମାରଯୋଡ଼ାର ଏକ ନାବାଳିକା କୁ ସେଠିକାର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଘରଲୋକ ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ l ଘର ଲୋକଙ୍କ ଅଭିଯୋଗକୁ ଆଧାର କରି ଯୋଡ଼ା ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି l କମାରଯୋଡ଼ା ଅଞ୍ଚଳରେ ଏକ ଦୋକାନରେ ପୀଡିତା ନାବାଳିକା ଏକାକୀ ଥିବା ସମୟରେ ଦୋକାନ ସାମ୍ନା ଟାୟାର ଦୋକାନରେ କାର୍ଯ୍ୟ କରୁଥିବା ଏମ ଡି ଲାଡେନ ନାମକ ଯୁବକ ଥଣ୍ଡା ପିଇବା ପାଇଁ ଉକ୍ତ ଦୋକାନକୁ ଆସିଥିଲା ଏବଂ ଦୋକାନୀ ଘରକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିବା ବେଳେ ନାବାଳିକା ଜଣକ ଏକାକୀ ଥିବାର ସୁଯୋଗ ନେଇ ନିଜର ଯୌନକ୍ଷୁଧା ମେଣ୍ଟାଇବା ପାଇଁ ଦୁଷ୍କର୍ମ କରିଥିଲା l ତେବେ ଅଭିଯୁକ୍ତ ଜଣକ ପୀଡିତାଙ୍କ ମୁହଁ କୁ ଚାପି ଧରିଥିବା ଦ୍ୱାରା ସେ ଚିତ୍କାର କରିପାରି ନଥିଲା l ତେବେ ସେ ସମୟରେ ଦୋକାନ କୁ ଅନ୍ୟ ଗ୍ରାହକ ଚାଲି ଆସିବା ଦ୍ୱାରା ଅଭିଯୁକ୍ତ ଲାଡେନ ନାବାଳିକା କୁ ଏ ବିଷୟରେ କାହାକୁ ନ ଜଣାଇବା ପାଇଁ ଧମକ ଦେଇ ସେଠାରୁ ଚାଲି ଯାଇଥିଲା l ପରେ ପରିବାର ଲୋକ ଆସିବାରୁ ପୀଡିତା ନାବାଳିକା ଘର ଲୋକଙ୍କୁ ସବୁ କଥା କହିଥିଲା l ନାବାଳିକା ର ମା ଏହାକୁ ନେଇ ଯୋଡ଼ା ଥାନା ରେ ଏକ ଅଭିଯୋଗ କରିଥିଲେ l ପୋଲିସ ଏମ ଡି ଲାଡେନ କୁ ଗିରଫକରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *