Spread the love

* ରଘୁବୀର ମନ୍ଦିର ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ ଏ ସି ରେ ଅବସ୍ଥିତ ଶ୍ରୀ ରଘୁବୀର ମହାପ୍ରଭୁଙ୍କ ଅପାର କରୁଣା ରୁ ଜଗତ କଲ୍ୟାଣ ଉଦେଶ୍ୟ ରେ ଆସନ୍ତା 16ତାରିଖ ଠାରୁ 18ତାରିଖ ପର୍ଯ୍ୟନ୍ତ ଶ୍ରୀ ରଘୁବୀର ମନ୍ଦିର ପ୍ରତିଷ୍ଠା ପଞ୍ଚମ ବାର୍ଷିକ ଉତ୍ସବ ଏବଂ ଶ୍ରୀ ରାମେଶ୍ବର ମହାଦେବ ଙ୍କ ନବଗ୍ରହ, ଦ୍ଵାରପାଳ ଓ ଗଙ୍ଗା ଦେବି ଙ୍କ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି !ଉକ୍ତ ପ୍ରତିଷ୍ଠା ଉତ୍ସବ ରେ ଆୟୋଜକ ଶ୍ରୀ ରାମେଶ୍ବର ଓ ଶ୍ରୀ ରଘୁବୀର ମନ୍ଦିର ପରିଚାଳନା କମିଟି ସେବାୟତ ବୃନ୍ଦ ସହଯୋଗ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ମାର୍ଗ ଦର୍ଶକ ଭାବରେ ଯଜ୍ଞ ଆଚାର୍ଯ୍ୟ ପଣ୍ଡିତ ବିଭୁତି ଭୁଷଣ ଷଡ଼ଙ୍ଗୀ, ପଣ୍ଡିତ ମନୋଜ କୁମାର ସତପଥୀ, ପ୍ରଶାନ୍ତ କୁମାର ଆଚାର୍ଯ୍ୟ,ଓ ପତିତପାବନ ମିଶ୍ର, ସୁଚାରୁରୂପେ କାର୍ଯ୍ୟ ତ୍ବରାନ୍ବିତ କରିଥିଲେ ! ସଂଯୋଜକ ତ୍ରିଭୁବନ ସାରଥୀ ଦାସ ଓ ନନ୍ଦକିଶୋର ସାହୁ ସୁଚାରୁରୂପେ କାର୍ଯ୍ୟ କୁ ତୁଲାଇଥିଲେ !ତିନିଦିନ ଧରି ଚାଲିଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ନାମ ସଂକୀର୍ତ୍ତନ ସହ ଆଳତି ଓ ସାମୁହିକ ପ୍ରସାଦ ସେବନ ର ଭକ୍ତମାନେ ଆନନ୍ଦଲାଭ କରିଥିବା ଦେଖିବାକୁ ମିଳିଥିଲା !
ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Leave a Reply

Your email address will not be published. Required fields are marked *