Spread the love

ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାର୍ଯ୍ଯ ପରଖିଲେ ପରିବହନ ସଚିବ ଉଷା ପାଢୀ।

ବ୍ରହ୍ମପୁର ୦୩/୦୩; ଗଞ୍ଜମ ଜିଲ୍ଲାବାସୀ ଦୀର୍ଘ ଦିନ ହେବ ଦାବି କରିଆସୁଥିଲେ ବିମାନବନ୍ଦର ତାହା ବର୍ତ୍ତମାନ ପୂରଣ ହେବାକୁ ଯାଉଛି।ଗୁରୁବାର ପୂର୍ବାହ୍ନ ସମୟରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ। ସେଠାରେ ଚାଲିଥିବା ଏୟାରଷ୍ଟ୍ରିପର ବିଭିନ୍ନ କାର୍ଯ୍ୟ ଯଥା ରନୱେ, ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର, ଟିକେଟ କାଉଣ୍ଟର ସବୁ ପରିଦର୍ଶନ କରିଥିଲେ। ପ୍ରଥମ ପର୍ଯ୍ୟରେ ଆସନ୍ତା ମାର୍ଚ୍ଚ ୫ତାରିଖ ଦିନ ୧୦ ସିଟ୍ ବିଶିଷ୍ଟ ଏକ ବିମାନ ବ୍ରହ୍ମପୁର ରୁ ଭୁବନେଶ୍ବର ଅଭିମୁଖେ ଯାତ୍ର କରିବା ନେଇ ସୂଚନା ମିଳିଛି। ସପ୍ତାହକୁ ଦୁଇଦିନ ଏହି ବିମାନ ସେବା ପାଇପାରିବେ। ପରବର୍ତ୍ତୀ ପର୍ଯ୍ୟର ଓଡ଼ିଶାର ସମସ୍ତ ଜିଲ୍ଲାକୁ କିପରି ଯାତାୟାତ କରିହେବ ତାହାରି ଉପରେ ପ୍ରସ୍ତୁତି କାର୍ଯ୍ଯ ଜାରି ରହିଛି ବୋଲି ପରିବହନ ସଚିବ କହିଛନ୍ତି।ଆଜିର ପରିଦର୍ଶନ ବେଳେ
ଜିଲ୍ଲା ପରିଷଦ କାଯ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ୱାସନ,ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ. ସି,ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ, ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *