Spread the love

ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୀର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ମଙ୍ଗଳବାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟି ମହାପ୍ରଭୁଙ୍କ ଆଗାମୀ ପବିତ୍ର ଘୋଷଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ଅବସରରେ ଶ୍ରୀ ପାଢୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁଗମ ଏବଂ ନିରାପଦ ପରିଚାଳନା ପାଇଁ ଚାଲିଥିବା ବିସ୍ତୃତ ପ୍ରସ୍ତୁତି ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଦେଶ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଆଗମନ ଦୃଷ୍ଟିରୁ ଏହାର ଯଥାଯଥ ପରିଚାଳନା କରିବା ପାଇଁ ଗ୍ରହଣ କରାଯାଉଥିବା ବ୍ୟାପକ ବ୍ୟବସ୍ଥା ଉପରେ ଶ୍ରୀ ପାଢ଼ୀ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଏ ଦିଗରେ ଶ୍ରୀ ମନ୍ଦିର ପ୍ରଶାସନର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି ଏବଂ ରଥଯାତ୍ରାର ସଫଳ ଆୟୋଜନ ଏବଂ ଶାନ୍ତିପୂର୍ଣ୍ଣ ପାଳନ ପାଇଁ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *