Spread the love

ରଥଯାତ୍ରା ସମୟରେ ଚୋରି କରି ଜଣେ ଗିରଫ , ୪ ମୋବାଇଲ ଉଦ୍ଧାର

ଭଟଲି ୧/୭ :- ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟଲି ଧାମରେ ଗତ ୨୭ତାରିଖ ରେ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ ରଥଯାତ୍ରା ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ଜନଗହଳିପୂର୍ଣ୍ଣ ଜାଗାରେ କେତେକ ପକେଟମାର ଚୋରି କରିବାରେ ବ୍ୟସ୍ତ ଥାଆନ୍ତି। ଏଥର ରଥରେ ବ୍ୟାପକ ପ୍ରସ୍ତୁତି ହୋଇଥିଲେ ସୁଦ୍ଧା ବରଗଡ ଖଲିଆପାଲି ଗ୍ରାମ ର କୁମାର ନାଗ ୪ଟି ମୋବାଇଲ ଚୋରି କରିବାରେ ସକ୍ଷମ ହୋଇଥିଲା ହେଲେ ପୋଲିସ ପ୍ରଶାସନର ହାତରୁ ମୁକୁଲି ପାରିନଥିଲା ଓ ଶେଷରେ ଧରାପଡିଥିଲା। ତାର ପାଖରୁ ୪ଟି ମୋବାଇଲ ଫୋନ ଉଦ୍ଧାର କରି ପ୍ରକୃତ ଅଧିକାରୀ ମାନଙ୍କୁ ଭଟଲି ଥାନା ଅଧିକାରୀ ବିଭୁତିଭୁଷଣ ଦଲେଇ ଫେରାଇ ଦେଇଥିବା ସହ ଚୋରକୁ କୋଟ ଚାଳନ କରିଥିବାର ସୁଚନା ଦେଇଛନ୍ତି । ମୋବାଇଲ ଫେରି ପାଇଥିବା ଲୋକମାନଙ୍କ ମଧ୍ଯରୁ ଜଣେ ଭଟଲି, ଜଣେ ସମ୍ବଲପୁର, ଜଣେ ଭେଡେନ, ଆଉଜଣେ ଛତିଶଗଡ ର ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *