Spread the love

ରାଜଧାନୀରେ ଡବଲ୍ ଏନକାଉଣ୍ଟର୍, ୨ ଅପରାଧୀ ଗୁରୁତର

ଭୂବନେଶ୍ୱର: ରାଜଧାନୀରେ ଡବଲ୍ ଏନକାଉଣ୍ଟର। ଦୁଇ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ସ୍ପେଶାଲ ସ୍କ୍ବାଡ ଏନକାଉଣ୍ଟରରେ ୨ କୁଖ୍ୟାତ ଲୁଟେରା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ବର ବାଲିଯାତ୍ରା ପଡିଆରେ ହୋଇଛି ଏନକାଉଣ୍ଟର। ଲୁଟେରା ଦ୍ବୟ ହେଲେ ବିହାରୀ ମନୀଷ ଯାଦବ, ସୋନୁ ଯାଦବ।

ବଡ଼ଗଡ଼ ଥାନା ପୋଲିସ ଓ ସ୍ପେଶାଲ କ୍ରାଇମ୍ ୟୁନିଟ୍ ପକ୍ଷରୁ ଏନକାଉଣ୍ଟର ହୋଇଛି।

ଉଭୟ ପକ୍ଷ ମଧ୍ୟରେ ୭ ରାଉଣ୍ଡ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇ ଅପରାଧୀ ହେଲେ ବିହାର ଖୋରା ଗ୍ୟାଙ୍ଗର ୨ ଜଣ ସଦସ୍ୟ। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତ କରାଯାଇଛି ।ସୁନାଚେନ ଲୁଟ କରି ୨ ଲୁଟେରା ଫେରାର ହେଉଥିବା ବେଳେ ଭୁବନେଶ୍ବର ବାଲିଯାତ୍ରା ପଡିଆରେ ସ୍ପେଶାଲ ସ୍କ୍ବାଡ ଟିମ୍ ସେମାନଙ୍କୁ ଅଟକାଇଥିଲା। ତେବେ ସେମାନେ ଫେରାର ହେବାକୁ ଉଦ୍ୟମ କରିବାରୁ ସ୍ପେଶାଲ ସ୍କ୍ବାଡ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲା। ଏଥିରେ ଲୁଟେରା ଦ୍ବୟ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସେମାନଙ୍କ ଘର ବିହାର କଟିହାର ଅଞ୍ଚଳରେ। ସେମାନଙ୍କ ନିକଟରୁ ୨ଟି ମାଉଜର୍ ଓ କିଛି ଗୁଳି ଜବତ କରିଛି ପୋଲିସ। ଉଭୟ ଏକାଧିକ ଛିନତାଇ ମାମଲାରେ ସମ୍ପୃକ୍ତ ଥିଲେ। ଗତ ୨୦ତାରିଖ ଦିନ ରାଜଧାନୀରେ ୬ଟି ଚେନ୍ ଛିନତାଇ କରିଥିଲେ। ସେମାନଙ୍କୁ ଧରିବାକୁ ବିଭିନ୍ନ ଯୋଜନା କରିଥିଲା ପୋଲିସ। ଗତକାଲି ବଡ଼ଗଡ଼ ଅଞ୍ଚଳରେ ଏନକାଉଣ୍ଟର କରାଯାଇଛି।

Leave a Reply

Your email address will not be published. Required fields are marked *