Spread the love

ରାଜା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ


ଜଗତସିଂହପୁର
ତା =11/2/23
ଜଗତସିଂହପୁର ସ୍ଥିତ ଗୋପାଳସାଗର ଠାରେ ଆଜାଦସ୍ପୋଟିଂ ଆନୁକୂଲ୍ୟରେ ରାଜା ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ ହୋଇଯାଇଛି l ଏଥିରେ
ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ସମ୍ନାନୀତ ଅତିଥି ଭାବେ ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ପୂର୍ବତନ ଜଗତସିଂହପୁର ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ଅଧ୍ୟାପକ ପ୍ରଦୀପ୍ତ ଶତପଥୀ, ପୂର୍ବତନ ଜଗତସିଂହପୁର ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ ଯୋଗଦେଇ ମ୍ୟାଚ ଟିକୁ ଉଦ୍ଘାଟନ କରିଥିଲେ l ଉଦ୍ଘାଟନ ମ୍ୟାଚ ଟି ୟୁନିକ ଷ୍ଟାର କ୍ରିକେଟ ଟିମ ମଣ୍ଡାସାହି ସହିତ ରତ୍ନବଟ କ୍ରିକେଟ ଟିମ କନ୍ଦରପୁର ସହିତ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚ ରେ ପ୍ରଥମେ ୟୁନିକ ଷ୍ଟାର ମଣ୍ଡାସାହି ଟଚ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଥିଲା l ନିର୍ଦ୍ଧାରିତ 6 ଓଭର ରେ 8 ଉଇକେଟ ହରାଇ 18ରନ କରିଥିଲା l ଏହି ରନ କୁ ପିଛା କରି କନ୍ଦରପୁର ର ରତ୍ନବଟ କ୍ରିକେଟ ଟିମ 4 ଓଭର ରେ ଗୋଟିଏ ଉଇକେଟ ହରାଇ ଚୌକା ମାରି 21ରନ କରି ବିଜୟୀ ହୋଇଥିଲା l ଏହି ଟୁର୍ଣ୍ଣlମେଣ୍ଟ ରେ ପ୍ରାରମ୍ଭ ରେ ଅତିଥି ପରିଚୟ ଆଜାଦ ସ୍ପୋର୍ଟିଂ ର ସମ୍ପାଦକ ସୂର୍ଯ୍ୟକାନ୍ତ ବେହେରା ପ୍ରଦାନ କରିଥିବା ବେଳେ, ଆୟୋଜକ ଟିମ ର ସଭାପତି କୃଷ୍ଣଚନ୍ଦ୍ର ସେଠି ମଞ୍ଚ ପରିଚାଳନା କରିଥିଲେ ଓ ମ୍ୟାଚ ଟିକୁ ପ୍ରିୟ ରଞ୍ଜନ ଦାସ, ସୌମ୍ୟ ରଞ୍ଜନ ସାହୁ ଅମ୍ପେୟାର ଭାବେ ପରିଚାଳନା କରିଥିଲେ l ଏହା ସହିତ ଆଜାଦ ସ୍ପୋର୍ଟିଂ ର ସମସ୍ତ କର୍ମକର୍ତ୍ତା ସତ୍ୟଜିତ ଗୋଛାୟତ, ଅମୀୟ ସ୍ୱାଇଁ, ପ୍ରମୁଖ ସହଯୋଗ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *