Spread the love

ଢେଙ୍କାନାଳ,୨୩/୧୧(ସମିସ) ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ରେ ଥିବା ରୁଙ୍ଗଟା ମାଇନ୍ସ କାରଖାନା ର ମନମୁଖୀ କାର୍ଯ୍ଯ ପାଇଁ ରାସ୍ତାରେ ଧାରଣାରେ ବସିଲେ ସ୍ଥାନୀୟ ବ୍ରାହ୍ମଣୀ ଟ୍ରକ୍ ମାଲିକ ଆସୋସିଏସନ ର କର୍ମକର୍ତ୍ତା। ସୂଚନା ମୁତାବକ କାରଖାନା ସ୍ଥାପିତ ହେବା ପରେ ଏଠାରେ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜନସାଧାରଣ ନିଜର ଜମି ବାଡି ହରାଇ ଥିବା ବେଳେ ତାଙ୍କ ପେଟ ପାଉଣା କୁ ଅଣଦେଖା କରୁଛି ରୁଙ୍ଗଟା କମ୍ପାନୀ ଏଥିରେ ଟିକେ ମାତ୍ର ସହାୟତା କରୁନାହିଁ ସ୍ଥାନୀୟ ପ୍ରଶାସନ। ଆଜି ଏହିପରି ଅବରୋଧ ଘଟଣା ଦେଖିବାକୁ ମିଳିଛି କାରଖାନା ଅଞ୍ଚଳରେ । ବିଗତ କିଛି ବର୍ଷ ହେବ କାରଖାନା ରୁ ମାଲ୍ ପରିବହନ ହୋଇଚାଲିଛି। ଏଥିରେ ସ୍ଥାନୀୟ ଟ୍ରକ୍ ମାଲିକ ଙ୍କୁ ଅଣଦେଖା ତଥା ପରିବହନ କରିବାକୁ ପାତରଅନ୍ତର ଦେଖାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ସ୍ଥାନୀୟ ଲୋକେ ପୂର୍ବରୁ ବାରମ୍ବାର ଧାରଣା ଦେଇଥିଲେ କମ୍ପାନୀ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ହେଲେ କମ୍ପାନୀ ପ୍ରତିଶ୍ରୁତି ଯେପରିକି ପାଣି ରେ ଗାର ସଦୃଶ। ଧାରଣକାରୀଙ୍କ କହିବା ଅନୁସାରେ କମ୍ପାନୀ ପକ୍ଷରୁ ମଧ୍ୟ ପରିବହନ ବ୍ୟବସ୍ଥାରେ ଲିଖିତ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ତାହା କୁଆଡେ ଉଭେଇଗଲା। ଯଦି କତୃପକ୍ଷ ପରିବହନ ର ୩୦ ପ୍ରତିଶ୍ରତ ସ୍ଥାନୀୟ ଟ୍ରକ୍ ମାଲିକ ଦାବି ଅନୁଯାୟୀ ଦେଇଥାନ୍ତେ ଆଜି ଗାଡି ପଡି ରହି ନଥାନ୍ତା କି ଫାଇନାନ୍ସ କମ୍ପାନୀ ଗାଡି ଗୁଡିକୁ ଟାଣି ନେଇ ନଥାନ୍ତା। ଯାହାଦ୍ୱାରା ଗାଡି ମାଲିକ ନିଜ୍ ପରିବାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ନଥାନ୍ତେ। ଏକ ପକ୍ଷରେ ଧାରଣା ଶାନ୍ତି ଶୃଙ୍ଖଳାର ସହ ଚାଲି ରହିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଦେଖା ମିଳିନଥିଲା କିନ୍ତୁ ପ୍ରଶାସନ ପକ୍ଷରୁ ଆସିଥିବା ଅଧିକାରୀ ତହସିଲଦାର ଓ (ଏସ ଡି ପି ଓ) ବିଭୂତି ଭୂଷଣ ମହାପାତ୍ର ବିଭିନ୍ନ ଆଳ ଦେଖାଇ ତଥା ପ୍ରଶାସନ କୁ କୌଣସି ଅବଗତ ନକରାଇ ଧାରଣା ଚଳାଇପାରିବ ନାହିଁ ବୋଲି ଧମକ ଦେଇ ଜନସାଧାରଣଙ୍କୁ ଧାରଣା ଉଠାଇ ଦେଇଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ କାହାର ଚାପଗ୍ରସ୍ତ ହୋଇ ସ୍ଥାନୀୟ ଜନସାଧାରଣଙ୍କ ପ୍ରତି ଏହିପ୍ରକାର କୋଠର ପଦକ୍ଷେପ ଗ୍ରହଣ କରିବା ନେଇ ଧାରଣାକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *