### ରେଢ଼ାଖୋଲରେ ୯ ଫୁଟ୍ର ମଗର କୁମ୍ଭୀର ଉଦ୍ଧାର, ସାଢ଼େ ୩ ଘଣ୍ଟାର ଅପରେସନ୍ ପରେ ପ୍ରାକୃତିକ ଆବାସରେ ଛଡ଼ାଗଲା
ଅନୁଗୋଳ, ୨୧/୧୦: ବନ୍ୟଜନ୍ତୁ ସୁରକ୍ଷା ଓ ମଣିଷ-ବନ୍ୟଜନ୍ତୁ ସଂଘର୍ଷ ହ୍ରାସ ଦିଗରେ ବନ ବିଭାଗକୁ ମିଳିଛି ଆଉ ଏକ ସଫଳତା। ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରୁ ପ୍ରାୟ ୮ ଫୁଟ୍ ୧୧ ଇଞ୍ଚ ଲମ୍ବର ଏକ ମଗର କୁମ୍ଭୀରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପରେ ଉପଯୁକ୍ତ ପ୍ରାକୃତିକ ଆବାସସ୍ଥଳୀରେ ଛଡ଼ାଯାଇଛି।

ସୂଚନା ଅନୁଯାୟୀ, ଗତ ୨୦ ଅକ୍ଟୋବର ୨୦୨୬ରେ ଏହି ଉଦ୍ଧାର ଅଭିଯାନ ହୋଇଥିଲା। ଅନୁଗୋଳ ବନଖଣ୍ଡର ରାପିଡ୍ ରେସପନ୍ସ ଟିମ୍ (RRT), ସମ୍ବଲପୁର RRT ଏବଂ ରେଢ଼ାଖୋଲ ବନଖଣ୍ଡର କ୍ଷେତ୍ର କର୍ମଚାରୀମାନେ ମିଳିତ ଭାବେ ଏହି ଅଭିଯାନରେ ସାମିଲ ହୋଇଥିଲେ।
ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନ ପରେ କୁମ୍ଭୀରଟିକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ପରେ ତାକୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଉପଯୁକ୍ତ ପ୍ରାକୃତିକ ପରିବେଶରେ ମୁକ୍ତ କରାଯାଇଥିଲା।
ବନ ବିଭାଗର ଏହି ମିଳିତ ଅଭିଯାନ ବନ୍ୟଜନ୍ତୁଙ୍କ ସୁରକ୍ଷା, ପ୍ରାଣୀ କଲ୍ୟାଣ ଏବଂ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ରୋକିବା ଦିଗରେ ବନ କର୍ମଚାରୀଙ୍କ ସମନ୍ୱୟ ଓ ନିଷ୍ଠାକୁ ପ୍ରମାଣିତ କରିଛି।
ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ମଣିଷର ନିରାପତ୍ତାକୁ ଗୁରୁତ୍ୱ ଦେଇ ଏଭଳି ଅଭିଯାନ ଜାରି ରହିବା ଆବଶ୍ୟକ ବୋଲି ପରିବେଶପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।
ଜାଗ୍ରତ ଭାରତ ନ୍ୟୁଜ୍
