Spread the love

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ,ଟଳିଗଲା ବଡ ବିପଦ।

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତରେ ମାଲ ବାହୀଟ୍ରେନ ଲାଇନ୍ ଚ୍ୟୁତ ଟଳିଗଲା ଏକ ବଡ଼ ଦୁର୍ଘଟଣା। ଆଜି ଭୋର୍ ସକାଳୁ ସକାଳୁ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ଏକ। ବିନା ଇଞ୍ଜିନ ରେ ମାଲବାହୀ ଟ୍ରେନ ଗଡିଯିବାରୁ ଲାଇନ ବାହାରକୁ ଚାଲିଯାଇଛି ଚକ, ଫଳରେ ଟ୍ରେନର ବ୍ରେକ ଭେନ୍ ସହ ଦୁଇ ଟ୍ରେନ୍ ବଗି ଲାଇନଚ୍ୟୁତ ହୋଇଛି। କେନ୍ଦୁଝର ଜିଲ୍ଳା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବଲାଣି ରେଳ ସାଇଡିଂ ରେ ଘଟିଛି ଏହି ଦୁର୍ଘଟଣା ।ସୂଚନା ଯୋଗ୍ୟ ଯେ ଚକ୍ରଧରପୁର ଡିଭିଜନ ଅଧୀନରେ ଥିବା ବଲାଣି ଖଦାନ ର ରୁଙ୍ଗଟା ପ୍ରାଇଭେଟ୍ ରେଳ ସାଇଡିଂ ରେ କିଛିଦିନ ହେବ ମାଲବାହୀ ଟ୍ରେନ ଟି ଲୋଡ ହୋଇ ଛିଡ଼ା ହୋଇଥିଲା, ଆଜି ଭୋର୍ ସମୟରେ ଇଞ୍ଜିନ ଲଗାଇ ଟାଣିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିନା ଇଞ୍ଜିନ ରେ କିଛି ବାଟ ପଛକୁ ଚାଲି ଯାଇ ଏକ କାନ୍ଥ ଧାରରେ ଲାଗି ଅଟକି ରହିଯାଇଛି, ଫଳରେ ଏକ ବଡ଼ ଅଘଟଣ ଘଟିବାରୁ ରକ୍ଷା ପାଇ ଯାଇଛି, ତେବେ ଏପରି ଅଘଟଣ କିପରି ଘଟିଲା ତାହା ଏଯାଏଁ ଅସ୍ପଷ୍ଟ ରହିଥିବା ବେଳେ ରେଳ ବିଭାଗ କତୃପକ୍ଷ ଏନେଇ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *