Spread the love

ଲାଞ୍ଚ ନେବା ଅଭିଯୋଗରେ ଆଉଜଣେ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରପ, ଲାଞ୍ଚ ଟଙ୍କା ଉଦ୍ଧାର,

ଭବାନୀପାଟଣା ଆଜି ଦିନ ପ୍ରାୟ ଏଗାର ଟା ସମୟରେ ହଠାତ ରାସ୍ତା ଉପରେ କୋଳାହଳ ଶୁଣିବାକୁ ମିଳିଥିଲା, କିଛି ସମୟ ପାଇଂ ରାସ୍ତା ଯାମ ମଧ୍ୟ ହୋଇଯାଇଥିଲା ସମସ୍ତେ ରୁଣ୍ଡ ହୋଇଯାଇଥିଲେ, ଖବର ନେବାରୁ ଜଣାପଡିଲା ଶ୍ରୀ ଧନଞ୍ଜୟ ଧୋବା ନାମକ ଜଣେ ବ୍ୟକ୍ତି ଯେକି କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ମୂର୍ତ୍ତିକା ସଂରକ୍ଷଣ ବିଭାଗରେ ଓଭରସିଓର ଭାବେ କାର୍ଯ୍ୟରତ ଜଣେ ଉପଭୋକ୍ତା ଙ୍କ ମ ନ ରେ ଗା ଯୋଜନା ରେ କାର୍ଯ୍ୟ କରିଥିବା ଫାଇଲ ର ଅଗ୍ରଗତି ଏବଂ ବିଲିଂ କରାଇ ଦେବା ନିମନ୍ତେ ପଇଁତିରିଶି ହଜାର ଟଙ୍କା ଦାବିକରିଥିଲେ, ଚୁକ୍ତି ମୁତାବକ ଉପଭୋକ୍ତା କଳାହାଣ୍ଡି ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ. ପୂର୍ବ ପ୍ରସ୍ତୁତି ମୁତାବକ ଶ୍ରୀ ଧୋବା ଲଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ବିଭାଗୀୟ ଅଫିସର ଙ୍କ ଦ୍ୱାରା ଧରାପଡ଼ିଥିଲେ. ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ଟଙ୍କା ମଧ୍ୟ ଉଦ୍ଧାର ହୋଇଥିଲା.ସଂଗେ ସଂଗେ ତାଙ୍କୁ କୋରାପୁଟ ଭିଜିଲାସନ୍ସ p. s case no 06 datd.30.01.23 U/s7p.c Act 2018 ରେ ଏକ ମାମଲା ରୁଜୁ କରି ଗିରପ କରିଛି. ଏବଂ ଏକା ସଂଗେ ଦୁଇଟି ଜାଗାରେ ସର୍ଚ୍ଚ ଅପେରସନ ଜାରିରଖିଛି. ପୂର୍ବରୁ ମଧ୍ୟ ଆୟବହିରଭୁକ୍ତ ସମ୍ପତି ଠୁଳ ଅଭିଯୋଗରେ କୋରାପୁଟ ଭିଜିଲାସନ୍ସ p.s case no 75/2018 ଶ୍ରୀ ଧୋବା ଗିରପ ହୋଇଥିଲେ ମାମଲା ଏବେ କୋଟ ରେ ବିଚାରାଧିନ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ତିରୁପତି ପାତ୍ର ଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋଟ

Leave a Reply

Your email address will not be published. Required fields are marked *