Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ଲାଲବାଗ୍ ପୁଲିସ ଷ୍ଟେସନ୍ ର ବଡ ସଫଳତା

 

ଜେ ବି ଏନ, ୨୧/୦୧ /୨୦୨୧, (ରିପୋର୍ଟ, ପ୍ରଦିପ୍ତ କୁମାର ଘଡେଇ ଙ୍କ ସହ ଦିଲ୍ଲୀପ କୁମାର ବେହେରା), କଟକ : କାଲି ଲାଲବାଗ୍ ପୁଲିସ ଖଟ ବିନ୍ ସାହି ନିକଟରେ ଥିବା ସି ମ ସି ଲୋକ ସେବା ମେଡିକାଲ ର ପାଖରେ ଥିବା ଏକ ଗ୍ୟାରେଜ୍ ଭିତ ରୁ 3 ଜଣ ଦୁର୍ବୁତ୍ତ ଙ୍କୁ ଧରିବା ରେ ସମର୍ଥ ହୋଇଥିଲା l କେସ ନମ୍ବର U/S 341/323/294/506/34 IPC ରେ ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ଏବଂ ତାଙ୍କ ପାଖରୁ 3 ଟି ଜୀବନ୍ତ ବୋମା ସହ ବୋମା ତିଆରି ସରଞ୍ଜାମ ମଧ୍ୟ ଜବତ କରା ଯାଇଛି l ଘଟଣା ରୁ ପ୍ରକାଶ ଖଟବିନ୍ ସାହି ରେ ଏକ ମଦ ଦୋକାନ ଉପରକୁ ବୋମା ପକେଇବା ଯୋଜନା କରୁଥିବା ବେଳେ ଆଇ ଓ- ଏସ୍ ଆଇ ପି ଟି ଗଣେଶ, ଏସ୍ ଆଇ ବି ଡି ବର୍ଧନ ଙ୍କ ସହ କିଛି ପୁଲିସ ଟିମ୍ ତାଙ୍କୁ ଧରିଛି। ଏଇ ସଫଳତା କୁ ନେଇ ଥାନା ର ବର୍ତ୍ତମାନ ଅଧିକାରୀ Mrs ଦୁର୍ଗେଶ ନନ୍ଦିନୀ ସାଧୁବାଦ ଜଣେଇଛନ୍ତି l ଏଥି ସହ ଏ ସି ପି ଜୋନ୍ 6 ଶ୍ରୀ ଶୁଭ ନାରାୟଣ ମୁଦୁଲି ମଧ୍ୟ ପ୍ରେସ ମିଟ୍ ରେ ଲାଲବାଗ୍ ପୁଲିସ ଟିମ୍ କୁ ସାଧୁବାଦ ଜଣାଇବା ସହ ଅନ୍ୟ ଦୁର୍ବୃତ୍ତ ଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।