Spread the love

ଲୁହରେ ଭିଜିଲା ବୀରଯବାନ ଙ୍କ ଜନ୍ମମାଟି ଖୁଣ୍ଟାପଡ଼ା

କେନ୍ଦୁଝର : ସହିଦ୍ ବୀର ଜୱାନ ଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲୋତକ ପୂର୍ଣ୍ଣ ବିଦାୟ ଦେଲେ ଗ୍ରାମବାସୀ।କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକ୍ ଖୁଣ୍ଟାପଡା ଗ୍ରାମର ସି ଆର୍ ପିଏଫ ଜୱାନ ସବ୍ ଇନସପେକ୍ଟରଙ୍କ ବଳରାମ ବେହେରା (୫୭) ଜମ୍ମୁ କାଶ୍ମୀର ର କିସ୍ତି ୱାର୍ଡ଼ ଜିଲ୍ଲା ରେ କାର୍ଯ୍ୟରତ ଥିବା ସମୟରେ ହଠାତ୍ ଅସୁସ୍ଥ ହୋଇଥିଲେ । ତାଙ୍କୁ ସହ କର୍ମୀମାନେ ସଙ୍ଗେ ସଙ୍ଗେ ସେନା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଗତ ୫ ତାରିଖ ଦିନ ସନ୍ଧ୍ୟା ସମୟରେ ବୀର ଯବାନ ଙ୍କ ମୃତ୍ୟୁ ଘଟିଥିଲା । ବୀର ଯବାନଙ୍କ ମୃତ୍ୟୁ ଖବର ତାଙ୍କ ଜନ୍ମମାଟି ଗାଁରେ ପହଞ୍ଚିବା ପରେ ଗାଁ ରେ ସକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସେ ୧୯୮୮ ମସିହା ମାର୍ଚ୍ଚ ମାସ ୩ ତାରିଖରେ କାର୍ଯ୍ୟରେ ଯୋଗଦାନ କରି ସି ଆର୍ ପି ଏଫ୍ ୫୨ ବାଟାଲିୟନ ରେ ୩୭ ବର୍ଷ ଧରି କାର୍ଯ୍ୟରତ ଥିଲେ। ବୀର ଯବାନ ଙ୍କ ମରଶରୀର ଜମ୍ମୁ କାଶ୍ମୀର ରୁ ଭୁବନେଶ୍ୱର ଆସିଥିଲା। ସେଠାରୁ ସିଆରପିଏଫ୍ ଭ୍ୟାନ ରେ ଝୁମ୍ପୁରା ଥାନା କୁ ଅଣାଯାଇଥିଲା। ଝୁମ୍ପୁରା ଠାରୁ ଯବାନ ଙ୍କ ନିଜ ଗାଁ ଖୁଣ୍ଟାପୋଡ଼ା କୁ ମର ଶରୀର ଆସିଥିଲା। ମର ଶରୀର ଆସିବା ସମୟ ରେ ଅର୍ଶଳା, ଅନ୍ଧାରୀଖମଣ, ଦୁର୍ଗାପୁର ଗ୍ରାମର ଲୋକେ ବୀର ଯବାନ ଙ୍କ ମରଶରୀର କୁ ଶେଷ ଦର୍ଶନ କରିବା ସହ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଝୁମ୍ପୁରା ଠାରୁ ଖୁଣ୍ଟାପୋଡ଼ା ବୀର ଯବାନ ଙ୍କ ମରଶରୀର ଆଣିବା ସମୟ ରେ ବଳରାମ ବେହେରା ଅମର ରହେ ପ୍ରତି ଧୋନି ରେ ପ୍ରକମ୍ପିତ ହୋଇଥିଲା। ଯବାନ ଙ୍କ ମରଶରୀର ଗାଁ ରେ ପହଞ୍ଚିବା ପରେ ଶହ ଶହ ଲୋକ ଶେଷ ଦର୍ଶନ କରିବା ସହ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଗାଁ ସାରା ସକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏହା ପରେ ପରିବାର ଲୋକ ଙ୍କ ବିଧିବଧ ଭାବେ କାର୍ଯ୍ୟ ସମ୍ପନ୍ନ କରି ସାରିବା ପରେ , ମର ଶରୀର କୁ ମଶାଣି କୁ ନିଆ ଯାଇଥିଲା। ସେଠାରେ ସିଆରପିଏଫ୍ ଯବାନଙ୍କ ତରଫରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ପୁଷ୍ପ ମାଲ୍ୟ ଅର୍ପଣ କରଯାଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ସମୟରେ ଅଞ୍ଚଳର ବହୁ ପ୍ରତିଭାନ ବ୍ୟକ୍ତି ସାମିଲ ହୋଇଥିଲେ ତେବେ ବୀର ଯବାନ ଙ୍କ ବଡ ପୁଅ ବାପାଙ୍କୁ ମୁଖାଗ୍ନି ଦେଇଥିଲେ । ଅନ୍ତୋଷ୍ଟିକ୍ରିୟା ପାଇଁ ସିଆରପିଏଫ୍ ଙ୍କ ତରଫରୁ ପରିବାର ଙ୍କୁ ନଗଦ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି।କେନ୍ଦୁଝରରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *