Spread the love

ଶିତଳଷଷ୍ଠୀ ଉପଲକ୍ଷେ ବାଦଦଣ୍ଡ ପ୍ରତିଯୋଗିତା

ଅନୁଗୋଳ:ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତରେ ଥିବା ବାବା କପିଳେଶ୍ଵର ମନ୍ଦିରରେ ଶିତଳଷଷ୍ଠୀ ଉପଲକ୍ଷେ ବାଦଦଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତା ତିନିଦିନ ଧରି ଚାଲିଥିଲା ବେଳେ ଆଜି ଉଦ୍‌ଯାପନୀ ଉତ୍ସବ ଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ ଦିନରେ ସୋଲଡା ସହ ସରପା ଥିଲା।ଏଥିରେ ସୋଲଡା ପ୍ରଥମ ଦଳ ଭାବରେ ଫାଇନାଲକୁ ଉତିନ୍ନ ହୋଇଥିଲା। ଦ୍ୱିତୀୟ ଦିନରେ ଶିରିଗିଡ଼ା ସହ ଲକେଇପଶି ଥିଲା। ଏଥିରେ ଦ୍ୱିତୀୟ ଦଳ ଭାବେ ଶିରିଗିଡା ଭଲ ପ୍ରଦର୍ଶନ କରି ଫାଇନାଲ ଯାଇଥିଲା। ଫାଇନାଲରେ ସୋଲଡା ୧୦୯ ପଏଣ୍ଟ ପାଇଥିବା ବେଳେ ଶିରିଗିଡା ୧୧୧ ପଏଣ୍ଟ ପାଇ ପ୍ରଥମ ସ୍ଥାନ

ଅଧିକାର କରି ବିଜୟୀ ହୋଇଥିଲା। ପ୍ରଥମ ବିଚାରକପତି ଭାବରେ ଅନାଦି ନାଏକ,ନିମେଇଁ ଚରଣ ନାଏକ, ଦ୍ଵାରିକାନାଥ ବେହେରା କାର୍ଯ୍ୟ ତୁଲାଇ ଥିଲେ।ଏହି ଉତ୍ସବରେ ମୂଖ୍ୟ ଅତିଥିଭାବେ କାଣ୍ଡଶର ବିଜେପି ପଞ୍ଚାୟତ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଆଇନ୍‌ଜିବୀ ସୁଶାନ୍ତ ମିଶ୍ର, ଅଜୟ ସାହୁ ,

ବାମଦେବ ସେଠ ପ୍ରମୁଖ ବିଜୟୀ ଦଳକୁ ଟ୍ରଫି ସହ ଏକ ବାଜାଜ ପ୍ଲାଣ୍ଟିନା ୧୧୦ ସିସି ମୋଟର ସାଇକେଲ ଓ ଉପ ବିଜେତା ଦଳକୁ ଟ୍ରଫି ସହ ବାଜାଜ ପ୍ଲାଣ୍ଟିନା ୧୦୦ ସିସି ମୋଟର ସାଇକେଲ ପ୍ରଦାନ କରାଯାଇଥିଲା।ଏହି ସଫଳତା ଦିଗରେ ସନାତନ ନାଏକ, ବିଷ୍ଣୁ ଚରଣ ବେହେରା , ଶ୍ରୀକାନ୍ତ ସାହୁ, ରାମଚନ୍ଦ୍ର ସାହୁ, ରାଜୁ ଓ ଅଭୟ ପ୍ରମୁଖ କାଣ୍ଡସର ଗ୍ରାମର ସମସ୍ତ କଳାପ୍ରେମିଙ୍କ ସହଯୋଗରେ ସମାପନ ହୋଇଥିଲାଅନୁଗୋଳ ରୁ ସୁଧାକର ସାହୁ

Leave a Reply

Your email address will not be published. Required fields are marked *