Spread the love

ଶ୍ରୀଜଗନ୍ନାଥ ଉନ୍ନୟନ ପରିଷଦ ଅରିଲୋ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ

ଯାଜପୁର ___ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ପଞ୍ଚାୟତର ଅରିଲୋ ଗ୍ରାମରେ ଆଜି ମହାଆଡମ୍ବରରେ ,ଉଦିପନାରେ ଶ୍ରୀଜଗନ୍ନାଥ ଉନ୍ନୟନ ପରିଷଦ ଅରିଲୋ ପକ୍ଷରୁ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ଆଗ୍ରହ, ଉତ୍ସାହ ଓ ଆବେଗପୃର୍ଣ୍ଣ ବାତାବରଣ ମଧ୍ୟରେ ଝିପିଝିପି ବର୍ଷା ମଧ୍ୟରେ ରଥ ଟଣା କାର୍ଯ୍ୟ ହୋଇଥିଲା। ଏହି ଘୋଷଯାତ୍ରା ଦେଖିବାକୁ ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଙ୍କ ସମାବେଶ ଦେଖିବାକୁ ମିଳିଥିଲା।

ସୁ ସଜ୍ଜିତ ରଥରେ ମହାବାହୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଆସିନ ହୋଇ ମାଉସିମା ମନ୍ଦୀର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସବୁଠାରୁ ଆକର୍ଷଣ ର କେନ୍ଦ୍ର ଥିଲା ଏହି ରଥଟଣାରେ ମହିଳା ମାନେ ଆଗ୍ରହର ସହ ରଥ ଟଣା କାର୍ଯ୍ୟ ରେ ସାମିଲ୍ ହୋଇ ମାଉସିମା ମନ୍ଦୀର ଅଭିମୁଖେ ଯାତ୍ରା ରେ ସାମିଲ୍ ହୋଇ ଥିଲେ।ଏହି ଘୋଷଯାତ୍ରା ରେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇ ଥିଲା । ଏହି ସମସ୍ତ କାର୍ଯ୍ୟ କ୍ରମକୁ ଶ୍ରୀଜଗନ୍ନାଥ ଉନ୍ନୟନ ପରିଷଦ ଅରିଲୋର ସଭାପତି ସୁଶାନ୍ତ କୁମାର ସାମଲ, ସମ୍ପାଦକ ମିତ୍ରଲାଭ ସାମଲ, କୋଷାଧ୍ୟକ୍ଷ ପଜ୍ଞରଞନ ସାମଲ, ମୁଖ୍ୟ ଉପଦେଷ୍ଟା ମଣ୍ଡଳୀର ଉପଦେଷ୍ଟା ଚନ୍ଦ୍ରମଣି ସାମଲ, କ୍ଷିରୋଦ ଚଂଦ୍ର ସାମଲ ସହ ଉପଦେଷ୍ଟା ଏବଂ ସଭ୍ୟ ଲଳିତ କୁମାର ସାମଲ,ଅରୁଣ କୁମାର ସାମଲ,ସଦୟ ରାୟ,ପ୍ରଶାନ୍ତ ବାରିକ ପ୍ରମୁଖଙ୍କ ସହଯୋଗ ଓ ଗ୍ରାମ ବାସୀଙ୍କ ସହଯୋଗ ରେ ଏହି ଘୋଷଯାତ୍ରା ଅନୁଷ୍ଠିତ ହୋଇ ଥିଲା।ଯାଜପୁର ଜିଲ୍ଲା ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *