Spread the love

ଶ୍ରୀରାମ କଥାମୃତ ସପ୍ତାହ ପ୍ରବଚନ

ତାଳଚେର ୦୬/୨୬ : ତାଳଚେର ହାଟତୋଟା ସ୍ଥିତ ଶ୍ରୀହନୁମାନ ମନ୍ଦିର ପ୍ରାଙ୍ଗଣରେ ପରମ କାରୁଣିକ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଭଗବାନଙ୍କ ସପ୍ତାହ ପ୍ରବଚନ ସନ୍ଥ ପରମପୂଜ୍ୟ ସଦ୍‌ଗୁରୁଦେବ ଶ୍ରୀ ସ୍ବାମୀ ଶିବାନନ୍ଦଳୀ ମହାରାଜ ଓ ପରମ ପୂଜ୍ୟ ସଦ୍‌ଗୁରୁଦେବ ଶ୍ରୀ ସ୍ବାମୀ ଚିଦାନନ୍ଦଜୀ ମହାରାଜଙ୍କର ଅପାର କରୁଣାରୁ ଆନୁକୂଲ୍ୟରେ ଗତ ୦୨. ୦୧. ୨୦୨୬ ଠାରୁ ୦୮.୦୧.୨୦୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଧାମ ବୃନ୍ଦାବନ, ବ୍ରହ୍ମର୍ଷି ବାଟିକାର ସନ୍ଥ ଚରଣାଶ୍ରିତ ପୂଜ୍ୟବାବା ଶ୍ରୀ ଦୀନବନ୍ଧୁ ଦାସଜୀ ମହାରାଜ କଥାବ୍ୟାସରୂପେ ଉପସ୍ଥିତ ରହି ସପ୍ତାହବ୍ୟାପି ତାଙ୍କର ଦିବ୍ୟ ଶ୍ରୀରାମ କଥାମୃତ ଶ୍ରୀ ହରି କଥା ରସିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଆଗରେ ପରିବେଷଣ କରୁଛନ୍ତି। ପ୍ରତ୍ୟେକ ଦିନ ତାଳଚେର କୋଣ ଅନୁକୋଣ ରୁ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଭଗବାନ ଶ୍ରୀରାମଙ୍କ ମହିମା ଶ୍ରାବଣ କରି ନିଜକୁ କୁତାର୍ଥ ମଣୁଛନ୍ତି।ପ୍ରତିଦିନ ପ୍ରବଚନ ଶେଷରେ ପ୍ରସଦ ବିତରଣ ହେବା ସହ ଦିବ୍ୟଜୀବନ ସଂଘ, ତାଳଚେର ଟାଉନ୍ ଶାଖା କର୍ମକର୍ତା ଙ୍କ ସହଯୋଗକ୍ରମେ ଉକ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା ହୋଇପାରିଛି।

Leave a Reply

Your email address will not be published. Required fields are marked *