Spread the love

ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ଚନ୍ଦନ ଯାତ୍ରା ମହୋତ୍ସବ ଅନୁଷ୍ଠିତ )

ଜଗତସିଂହପୁର
ତା =6/5/23

ଜଗତସିଂହପୁର ବ୍ଲକ ପଳାଶୋଳ ସ୍ଥିତ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଏକୋଇସି ଦିନ ବ୍ୟାପି ଚନ୍ଦନ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି |ଏହି ଉପଲକ୍ଷେ ପଳାଶୋଳ ୟୁଥ ହେଲପିଙ୍ଗ ବୟ ଚାରିଟେବୁଲ ଟ୍ରଷ୍ଟ ଏବଂ ଚନ୍ଦନ ଯାତ୍ରା ପରିଚାଳନା କମିଟି ର ମିଳିତ ସହଯୋଗରେ
ଚନ୍ଦନ ପୁଷ୍କରଣୀ ରେ ମହାପ୍ରଭୁମାନଙ୍କ ର ଚାପ ଖେଳ ଅନୁଷ୍ଠିତ ହେବା ସହିତ
ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା କୁ ସରସ ସୁନ୍ଦର କରିବା ନିମନ୍ତେ ମିନା ବଜାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସମାଜସେବୀ ବଂଶୀଧର ପଟ୍ଟନାୟକ ଆନୁଷ୍ଠାନିକ ଭାବେଏହାକୁ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ପଳାଶୋଳ ୟୁଥ ହେଲପିଙ୍ଗ ବୟ ଚାରିଟେବୁଲ ଟ୍ରଷ୍ଟ ସଭାପତି ସମାଜସେବୀ ଅକ୍ଷୟ କୁମାର ମହାନ୍ତି |ସମ୍ପାଦକ ସ୍ମୁତି ରଞ୍ଜନ ବେହେରା | ସଭ୍ୟ ଋତୁରାଜ ମହାନ୍ତି |ସମିତି ସଭ୍ୟ ପ୍ରଦୂନ୍ମ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ | ପ୍ରତ୍ୟେକ
ଦିନ ସଂନ୍ଧ୍ୟା ରେ ସାଧୁ ସନ୍ଥ ମାନଙ୍କ ଦ୍ଵାରା ପ୍ରବଚନ, ନୁର୍ତ୍ୟ ଗୀତା, ଭଜନ କୀର୍ତନ, କାଠି ଲଉଡ଼ି, ଯାତ୍ରା ଆଦି କାର୍ଯ୍ୟକ୍ରମ କରାଯିବା ସହିତ ବିଶିଷ୍ଟ ସମାଜସେବୀ, ସୁ ସାହିତ୍ୟିକ,ଲେଖକ, ସମାଜ ସଂସ୍କାରକ,ସ୍ଵେଛାସେବୀ, ବିଶିଷ୍ଟ କଳାକାର ମାନଙ୍କୁ ପଳାଶୋଳ ୟୁଥ ହେଲପିଙ୍ଗ ବୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *