Spread the love

ଶ୍ରୀ

ଶ୍ରୀ ଜଗନ୍ନାଥ ଭାଗବତ ପ୍ରଚାର ସମିତିର ପଞ୍ଚମ ଦିନରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ନାଉବାଙ୍କ ସ୍ଥିତ ପାତ୍ର ସାହିର ଶ୍ରୀ ଶ୍ରୀ ଜଗନ୍ନାଥ ଭାଗବତ ପ୍ରଚାର ସମିତିର ବାର୍ଷିକ ଭାଗବତ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବ ସାତଦିନବ୍ୟାପି ପାଳିତ ହୋଇଥାଏ।ଏହି ସାତଦିନରେ ସମସ୍ତଙ୍କ ପରିବାରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଶ୍ରଦ୍ଧାଳୁମାନେ ହରିନାମରେ ମଜ୍ଜି ଯାଆନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଥାଏ।ଏହି ଭାଗବତ ସପ୍ତାହ ପାଳନ ଅବସରରେ ଭକ୍ତିଭାବପୂର୍ଣ୍ଣ ଭାବରେ ଓଡ଼ିଶାର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ସମାଜସେବୀ କୈଳାସ ଚନ୍ଦ୍ର ସେଠୀ, ଜରି ପଞ୍ଚାୟତର ସରପଞ୍ଚ ନନ୍ଦକିଶୋର ମଲ୍ଲିକ, ଉମେଶ ଦାଶ,ମନୋଜ ସାମଲ, ନନ୍ଦକିଶୋର ସାମଲ, ପୁର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ପୂର୍ବତନ ସରପଞ ସଂଧ୍ୟାରାଣୀ ପାତ୍ର, ଶିକ୍ଷାବିତ ଓ ସମାଜସେବୀ ପ୍ରତାପ ପାତ୍ର ,ପ୍ରମୋଦ ସାମଲଙ୍କ ସମେତ କମିଟିର ସମସ୍ତ ମୁରବୀ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ। ପ୍ରବଚନ ପ୍ରଦାନ କରିଥିଲେ ଭାଗବତ ତତ୍ବ ବିଶାରଦ ଓ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ଭରତ ଚନ୍ଦ୍ର ନାୟକ।ଏହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି ଉତ୍ସବ ପାଳନ କମିଟିର କର୍ମକର୍ତ୍ତା ମାନେ ପରିଚାଳନା କରୁଛନ୍ତି।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *