Spread the love

( ସଂଗ୍ରାମପୁର ପଞ୍ଚାୟତ ରେ ସରପଞ୍ଚ ଙ୍କ ମନମୁଖୀ କାର୍ଯ୍ୟ ବିରୋଧ ରେ ବିଡ଼ିଓ ଙ୍କୁ ଅଭିଯୋଗ )
ଜଗତସିଂହପୁର
ତା =29/5/23
ରାଜ୍ୟ ତଥା କେନ୍ଦ୍ର ସରକାର ରାଜନୀତି ଠାରୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ମହିଳା ମାନଙ୍କୁ ତେତିଶି ଭାଗ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରୁ ଅଧିକାଂଶ ସ୍ଥାନରେ ମହିଳା ମାନେ ସରପଞ୍ଚ, ସମିତି ସଭ୍ୟ, ଜ଼ିଲ୍ଲା ପରିଷଦ, ବିଧାୟକ, ସାଂସଦ ହେବାର ସୁଯୋଗ ପାଇଛନ୍ତି | ହେଲେ ମହିଳା ଙ୍କ ନାମରେ ତାଙ୍କ ସ୍ୱାମୀ କିମ୍ବା ଆତ୍ମୀୟ ସ୍ୱଜନ ମାନେ ହିନ ରାଜନୀତି କରୁଥିବାରୁ ଆନେକ ସ୍ଥାନରେ ବିଦ୍ରୋହ ଦେଖାଦେଇଛି | ଏହା ର ନଗ୍ନ ନମୁନା ଦେଖିବାକୁ ମିଳିଛି ବାଲିକୁଦା ବ୍ଲକ ସଂଗ୍ରାମପୁର ପଞ୍ଚାୟତ ରେ |ଏହି ପଞ୍ଚାୟତ ର ସରପଞ୍ଚ ଜଣେ ମହିଳା ନିର୍ବାଚିତ ହୋଇଥିଲେ | ହେଲେ ସେ ଦିନକ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସନ୍ତି ନାହିଁ |ସରପଞ୍ଚ ଙ୍କ ସ୍ୱାମୀ କ୍ଷମତାର ଅପବ୍ୟବହାର କରି ମନମୁଖୀ କାର୍ଯ୍ୟ କରିବାକୁ ନେଇ ପଞ୍ଚାୟତ ରେ ଅସନ୍ତୋଷ ଦେଖାଦେଇଛି | ସଂଗ୍ରାମପୁର ପଞ୍ଚାୟତ ର 13 ରୁ ଉର୍ଦ୍ଧ ୱାର୍ଡ ସଭ୍ୟ ସଭ୍ୟା ଏ ସମ୍ପର୍କ ରେ ବିଡ଼ିଓ ଙ୍କ ନିକଟରେ ରେ ଲିଖିତ ଅଭିଯୋଗ କରିଛନ୍ତି |ଯଦି ସତ ଦିନ ମଧ୍ୟ୍ୟ ରେ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ଦାବି ଶୁଣାନଯାଏ ତେବେ ବାଲିକୁଦା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମୁଖ ରେ ୱାର୍ଡ ସଭ୍ୟ ସଭ୍ୟା ମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *