Spread the love

ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଟଲିରେ ବିଶ୍ଵ ପରିବେଶ ଦିବସ ପାଳିତ


ବରଗଡ:୭/୬(ପବିତ୍ର ମେହେର) ପ୍ରକୃତିରୁ ପ୍ରେରଣା ନେଇ ଜଳବାୟୁର ସୁରକ୍ଷା କରିବା ସହିତ ଏକ ସୁସ୍ଥ, ସବୁଜ ଓ ସ୍ଥାୟୀ ପୃଥିବୀ ଗଢିବା ଉଦ୍ଦେଶ୍ୟରେ ଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଟଲିରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ପି ଏମ୍ ଶ୍ରୀ ହାଇସ୍କୁଲ ମୁରୁମକେଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଜପତି ଡନସନା ଓ ସାମ୍ୱାଦିକ ନରସିଂହ ଚରଣ ସାହୁ ଯୋଗ ଦେଇଥିଲେ।ଚଳିତ ବର୍ଷ ବିଶ୍ଵ ପରିବେଶ ଦିବସ ର ବିଷୟ ବସ୍ତୁ “ପ୍ରକୃତିରୁ ପ୍ରେରଣା -ଜଳବାୟୁ ପାଇଁ , ଆମ ଭବିଷ୍ୟତ ପାଇଁ ” ସମ୍ପର୍କରେ ଅତିଥିବୃନ୍ଦ ଆଲୋଚନା କରି ବିଦ୍ୟାଳୟର ଛାତ୍ରୀମାନଙ୍କୁ ପରିବେଶ ସଚେତନତାର ବାର୍ତ୍ତା ଦେଇଥିଲେ। ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଅତିଥିବୃନ୍ଦ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ।ଜୁନିଅର୍ ରେଡକ୍ରସ କାଉନସେଲର ଜ୍ୟୋସ୍ନା ମହାନନ୍ଦ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଭଟଲି ଦିବ୍ୟକଳାର ଅଧ୍ୟକ୍ଷ ବିଶ୍ଵଜିତ ଭୋଇ,ବିଦ୍ୟାଳୟର ଜୁନିଅର୍ ରେଡକ୍ରସର ଛାତ୍ରୀ ଓ ଇକୋ କ୍ଲବର ଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *