ସାମାଜିକ ଗଣମାଧ୍ୟମରେ ରୁଚିକାଙ୍କ ମାଙ୍କୁ ବଦନାମ କରିବା ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ ।
ସାମାଜିକ ଗଣମାଧ୍ୟମରେ ରୁଚିକାଙ୍କ ମାଙ୍କୁ ବଦନାମ କରିବା ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ଏବଂ କଖଡି ସରପଞ୍ଚ କଳ୍ପନା ଛତର ଙ୍କ ଉପରେ ଦୋଷ ଲଦିଲେ ରୁଚିକାଙ୍କ ମା । ନିଜ ଗାଁର ସରପଞ୍ଚ ସହ ଗାଁ ସଭାପତିଙ୍କ ମାଧ୍ୟମରେ ସାମାଜିକ ଗଣମାଧ୍ୟମ ସହ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଉପରେ ମାନସିକ ଚାପ ପକାଉଥିବା କହିଛନ୍ତି ରୁଚିକାଙ୍କ ମା ବିଦ୍ୟୁତଲତା ମହାନ୍ତି। ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ରୁଚିକାଙ୍କ ମା କୁ ୧୬ଲକ୍ଷ ଦେଇଥିବା ଗୁଜବରର ଉତ୍ତର ପାଇବା ପାଇଁ ରଣେନ୍ଦ୍ର ସ୍ବାଇଁଙ୍କୁ ପ୍ରଶ୍ନ କଲେ, କୌଣସି ଉତ୍ତର ନ ଦେଇ ମଞ୍ଚଛାଡି ଚାଲି ଯାଇଥିଲେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ । ଏହି ଘଟଣାରେ ସ୍ଥାନୀୟ ସରପଞ୍ଚ , ଗାଁ ସଭାପତି ସାମ୍ବାଦିକ ସମ୍ମିଳନୀ କରିବା ସହ ସାମାଜିକ ଗଣମାଧ୍ୟମରେ ରୁିଚିକାଙ୍କ ମା ଗାଁର ମାନସମ୍ମାନ ହାନୀ କରୁଥିବା ଅଭିଯୋଗ ଆଣିବା ସହ ମନ୍ତ୍ରୀଙ୍କୁ ତାଙ୍କ ଜନଶୁଣାଣିରେ ଅଭିଯୋଗ ନ ଆଣି ସରକାରୀ କାର୍ଯ୍ୟକ୍ରମରେ ପ୍ରଶ୍ନ କରି ମନ୍ତ୍ରୀଙ୍କୁ ବଦନାମ କରିଥିବା ଅଭିଯୋଗ ଆଣିଥିଲେ । ତାର ଉତ୍ତର ଦେଇ ରୁଚିକାଙ୍କ ମା ପାଲଟା ଦୋଷ ସେମାନଙ୍କ ଉପରେ ଲଦିଛନ୍ତି । ଗାଁ ସଭାପତି , ସରପଞ୍ଚ ନିଜ ଗାଁ ଝିଅ ମୃତ୍ୟୁ ଘଟଣାରେ ସମବେଦନା ନଜଣାଇ ରାଜନୈତିକ ସ୍ବାର୍ଥ ପାଇଁ ସେମାନେ ମୋ ଉପରେ ଦୋଷ ଲଦୁଥିବା କହି ଗାଁ ର ମାନ ସମ୍ମାନ ସେମାନେ ନଷ୍ଟ କରିଥିବା କହିଛନ୍ତି ରୁଚିକାଙ୍କ ମା ବିଦ୍ୟୁତଲତା ମହାନ୍ତି ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୂଜ।
