Spread the love

(ସାମ୍ବାଦିକ ଙ୍କ ପିତୃ ବିୟୋଗରେ ଶୋକାକୁଳ ପରିବେଶ )

ଜଗତସିଂହପୁର
ତା =12/8/23

ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ର କାର୍ଯ୍ୟରତ ବରିଷ୍ଟ ସାମ୍ବାଦିକ ପ୍ରତାପ କୁମାର ସିଂ ଙ୍କ ପିତା ରାଜ କିଶୋର ସିଂ ଙ୍କ ର ୮୫ବର୍ଷ ବୟସ ରେ କଟକ ସ୍ଥିତ ଶ୍ରୀ ରାମଚନ୍ଦ୍ରଭଞ୍ଜ ଚିକିତ୍ସାଳୟ ରେ ମୃତ୍ୟୁ ବରଣ କରିଛନ୍ତି | ସ୍ବର୍ଗତ ରାଜ କିଶୋର ସିଂ ଜଣେ ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଭାବେ ଦୀର୍ଘ ଦିନ ସୁଚାରୁ ରୂପେ ଦାଇତ୍ୱ ସମ୍ପାଦନ କରି ସମସ୍ତ ଜନ ସାଧାରଣ ଙ୍କ ପ୍ରିୟଭାଜନ ହୋଇପାରିଥିଲେ |ସେ ଜଣେ ସରଳ, ମିଷ୍ଟାଭାଶି, ପରୋପକାରୀ ବ୍ୟକ୍ତି ଭାବେ ସମସ୍ତ ଜନ ସାଧାରଣ ଙ୍କ ନିକଟରେ ପରିଚିତ ହୋଇପାରିଥିଲେ | ଦୀର୍ଘଦିନ ଧରି ମୂତ୍ରାଶୟ ଏବଂ କୀଡୀନି ରୋଗରେ ପୀଡିତ ଥିବାରୁ କଟକ ମେଡିକାଲ ରେ ଚିକିଛିତ ହେଉଥିଲେ |ଆଜି ପୂର୍ବାହ୍ନ ରେ ରାଜ କିଶୋର ସିଂ ଙ୍କ ର କଟକ ମେଡିକାଲ ରେ ଦେହାନ୍ତ ଘଟିଥିଲା |ରାଜ କିଶୋର ଙ୍କ ମର ଶରୀର କୁ ଶେଷ ଦର୍ଶନ ନିମନ୍ତେ ନିଜ ବାସସ୍ଥାନ ଜଗତସିଂହପୁର ପୌର ପରିଷଦ ଓହଳ ଗ୍ରାମକୁ ଅଣାଯାଇଥିଲା | ସେଠାରେ ଜ଼ିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର , କାଉନସିଲର ଗୋଲାମ ଅଲ୍ଲୀ ଖାନ,ସୋନାଲି ସିଂ,ପୂର୍ବତନ କାଉନସିଲର ସୁବାଷ ସାହୁ, ଦିଲ୍ଲିପ କୁମାର ସିଂ, ବାପୁ ନନ୍ଦ, ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ଜ଼ିଲ୍ଲା ସଭାପତି ଶୁଭଙ୍କର ଜେନା, ରାଜ୍ୟ କମିଟି ସଦସ୍ୟ ତପନ ରାଉତରାୟ, ଜ୍ୟୋତି ରଞ୍ଜନ ପରିଡା, ସାମ୍ବାଦିକ ଦୁର୍ଯ୍ୟୋଧନ ମହାରଣା ପ୍ରମୁଖ ରାଜ କିଶୋର ଙ୍କ ମର ଶରୀର ଶେଷ ଦର୍ଶନ କରି ସ୍ବର୍ଗତ ଆତ୍ମା ର ସଦଗତି କାମନା କାମନା କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ରାଜ କିଶୋର ଙ୍କ ପୁତ୍ର, ବୋହୁ, ନାତି, ନାତୁଣୀ, ପରିବାର ର ଆତ୍ମୀୟ ସ୍ୱଜନ ପୁରୀ ସ୍ୱର୍ଗ ଦ୍ଵାର ରେ ଅନ୍ତିମ ସଂସ୍କାର କରିଥିଲେ | ରାଜ କିଶୋର ଙ୍କ ବିୟୋଗରେ ଜ଼ିଲ୍ଲା ରେ ଶୋକ ର ଛାୟା ଖେଳିଯାଇଛି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *