Spread the love

ନୂଆଦିଲ୍ଲୀ: ଭାରତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି। ଭାରତୀୟ ସଶକ୍ତ ବଳକୁ ଆଧୁନିକୀକରଣ କରିବା ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ) ତଥା ସାମରିକ ବ୍ୟାପାର ବିଭାଗ ସଚିବଙ୍କୁ ନୂଆ କ୍ଷମତା ପଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ପାଇଁ ଜଏଣ୍ଟ ଅର୍ଡର ଜାରି କରିପାରିବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନରାଲ ଅନୀଲ ଚୌହାନ।

ଦେଶର ଏହି ୩ ସେନା ମୁଖ୍ୟଙ୍କୁ ଆଦେଶ ଜାରି କରିପାରିବେ ସିଡିଏସ୍।ଏହି ନିଷ୍ପତ୍ତି ଭାରତୀୟ ସଶସ୍ତ୍ର ବାହିନୀର ସମନ୍ୱୟ ଏବଂ ଦକ୍ଷତାକୁ ଏକ ନୂତନ ଦିଗଦର୍ଶନ ଦେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପଦକ୍ଷେପକୁ ସଶସ୍ତ୍ର ବାହିନୀର ପୁନରୁଦ୍ଧାର ଦିଗରେ ଏକ ‘ଐତିହାସିକ ପଦକ୍ଷେପ’ ଭାବରେ ବର୍ଣ୍ଣନା କରିଛି, ଯାହା ଏକ ଅଧିକ ସମନ୍ୱିତ, ସକ୍ରିୟ ଏବଂ ସମନ୍ୱିତ ସାମରିକ ବ୍ୟବସ୍ଥାର ମୂଳଦୁଆ ସ୍ଥାପନ କରିବ। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏହି ନିଷ୍ପତ୍ତି ପୁରୁଣା ପ୍ରଥାକୁ ସମାପ୍ତ କରିବ। ଏହି ନିଷ୍ପତ୍ତି ପରେ ଜଏଣ୍ଟ ଇନଷ୍ଟ୍ରକ୍ସନ୍ ଓ ଜଏଣ୍ଟ ଅର୍ଡର ଜାରି କରିପାରିବେ ସିଡିଏସ୍।ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏକାଠି ହୋଇ କାମ କରିବାକୁ ପଦକ୍ଷେପ ନିଆଯାଇଛି। ଆଗରୁ ପ୍ରତି ସେନା ପାଇଁ ଇସ୍ୟୁ ହେଉଥିଲା ଭିନ୍ନ ଭିନ୍ନ ଅର୍ଡର। ପୂର୍ବରୁ ପ୍ରଚଳିତ ବ୍ୟବସ୍ଥା ଭିତରେ ଏହା ଏକ ବଡ ପରିବର୍ତ୍ତନ। ପୂର୍ବରୁ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, ସେନା ପକ୍ଷରୁ କୌଣସି ମାମଲାରେ ପୃଥକ ପୃଥକ ନିର୍ଦ୍ଦେଶ କିମ୍ବା ଆଦେଶ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ୩ ସେନା ଭିତରେ ସମନ୍ୱୟ ରକ୍ଷା ଏବଂ ତାଳମେଳକୁ ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି। ଏହି ନୂଆ ପରିବର୍ତ୍ତନ ହେବା ଫଳରେ ୩ ସେନାବାହିନୀଙ୍କ ମଧ୍ୟରେ ଉତ୍ତମ ପାରଦର୍ଶିତା, ସମନ୍ବୟ ଓ ପ୍ରଶାସନିକ ଦକ୍ଷତା ରହିପାରିବ। ଏହା ଦ୍ବାରା ଥିଏଟର କମାଣ୍ଡ ଲାଗୁ କରିବାର ପ୍ରୟାସ ଭାବେ ଦେଖାଯାଉଛି। ଏହି ଥିଏଟର କମାଣ୍ଡ ଅଧିନରେ ସ୍ଥଳ ସେନା, ବାୟୁ ସେନା ଓ ନୌସେନା ଏକାଠି କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *