Spread the love

ସି.ଏମ୍. ଟ୍ରଫି କବାଡ଼ି ଆନ୍ତଃଜିଲ୍ଲା ଜୋନ୍–IV (ଅନୁଗୋଳ) ବାଳକ ଓ ବାଳିକା ଚ୍ୟାମ୍ପିୟନସିପ୍–୨୦୨୬ ଉଦଘାଟିତ

ଅନୁଗୋଳ, ୦୪.୦୬: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଗ୍ରାସରୁଟ୍ ସ୍ତରରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ (Talent Scouting) ଏବଂ କ୍ରୀଡ଼ାର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ ସି.ଏମ୍. ଟ୍ରଫି କବାଡ଼ି ଆନ୍ତଃଜିଲ୍ଲା ଜୋନ୍–IV (ଅନୁଗୋଳ) ବାଳକ ଓ ବାଳିକା ଚ୍ୟାମ୍ପିୟନସିପ୍–୨୦୨୬ ଆଜି ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଉଦଘାଟିତ ହୋଇଯାଇଛି। ଓଡ଼ିଶା କବାଡ଼ି ଆସୋସିଏସନ୍‌ର ତତ୍ତ୍ୱାବଧାନ ଓ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା କ୍ରୀଡା ଵିଭାଗ ତଥା ଅନୁଗୋଳ ଦୌଡ଼କୁଦ ସଂଘ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ୪ ଜୁନରୁ ୬ ଜୁନ ପର୍ଯ୍ୟନ୍ତ ଚାଲିବ।


ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସି.ଏମ୍. ଟ୍ରଫି ଭଳି ପ୍ରତିଯୋଗିତା ମାଧ୍ୟମରେ ଗ୍ରାମାଞ୍ଚଳ ଓ ତୃଣମୂଳ ସ୍ତରରେ ଥିବା ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନେ ଚିହ୍ନଟ ହୋଇ ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିବେ ବୋଲି କହିଥିଲେ।ସି.ଏମ୍. ଟ୍ରଫି କବାଡ଼ି ପର୍ଯ୍ୟବେକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ଧୀର ପ୍ରତିଯୋଗିତାର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିବାବେଳେ, ରାଜ୍ୟ ସମନ୍ୱୟକ ଶ୍ରୀ ସୁନୀଲ କୁମାର ମହାନ୍ତ ସି.ଏମ୍. ଟ୍ରଫି ମାଧ୍ୟମରେ ରାଜ୍ୟରେ ଏକ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହେଉଥିବା ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ଗୌର ଗୋବିନ୍ଦ ସାମନ୍ତ, ଶ୍ରୀ ପୃଥ୍ୱୀରାଜ ପଟ୍ଟନାୟକ, ଶ୍ରୀ ନରେନ୍ଦ୍ର ମହାକୁଳ, ଶ୍ରୀ ପେସ୍କାର ଗଡନାୟକ, ଶ୍ରୀ କିଶୋର କୁମାର କର, ଶ୍ରୀମତୀ ରୁଚିରା ଦାସ, ଶ୍ରୀ ପ୍ରଭାସ ଦାଶ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସନମସ୍ମିତା ସାହୁଙ୍କ ସମେତ କ୍ରୀଡାବିତ୍, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। କୁମାରୀ ବିଶ୍ୱପୂଜ୍ୟା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *