Spread the love

ସ୍କୁଲ୍ ରେ କବାଡି ଖେଳରୁ ଆହତ ଛାତ୍ରଙ୍କ ମୃତ୍ୟୁ

ସ୍କୁଲ ରେ କବାଡି ଖେଳୁଥିବା ବେଳେ ଆହତ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଗିଧିବାସ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଘଟିଛି ଅଘଟଣ । ଏହି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଅମିତ୍ ମୁଣ୍ଡା ଗତ ମଙ୍ଗଳବାର କବାଡି ଖେଳୁଥିବା ବେଳେ ତାକୁ ଆଘାତ ଲାଗିଥିଲା। ତେବେ ଘଟଣାକୁ ସାମାନ୍ୟ ନେଇ ସ୍କୁଲର କର୍ତ୍ତୃପକ୍ଷ ଗୁରୁତ୍ବ ଦେଇ ନଥିଲେ । ବୁଧବାର ସକାଳୁ ତାର ଅବସ୍ଥା ଗୁରୁତର ହେବାରୁ ନିକଟସ୍ଥ ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ଏଠାରୁ କେନ୍ଦୁଝର ଡ଼ାକ୍ତରଖାନାର ସ୍ଥାନାନ୍ତର କରାଯିବା ସହ ତାର ମାକୁ ବିଳମ୍ବ ରେ ଖବର କରାଯାଇଥିଲା। ମୃତକ ବାରିଆ ଥାନା କେନ୍ଦୁଆ ଗ୍ରାମ ର ସ୍ବର୍ଗତ ଶୁକଦେବ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା। ହଷ୍ଟେଲ ରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଖେଳରେ ଆହତ ହେଇଥିଲେ ସୁଦ୍ଧା ମଙ୍ଗଳବାର ପରିବାର ଲୋକଙ୍କୁ ନ ଜଣାଇ ତାର ଅବସ୍ଥା ଗୁରୁତର ହେବାପରେ କେନ୍ଦୁଝର ଡ଼ାକ୍ତରଖାନାରେ ଥିବା ବେଳେ ତାର ମାକୁ ଜଣାଇଥିଲେ । ଖବର ପାଇ ତାର ମାଆ ଡାକ୍ତର ଖାନାରେ ପହଞ୍ଚି ଥିଲେ ମାତ୍ର ସେ ଡାକ୍ତର ଖାନାରେ ପହଞ୍ଚିବା ପୂର୍ବରୁ ତାର ମୃତ୍ୟୁ ହେଇଯାଇଥିଲା। ସ୍କୁଲ କର୍ତ୍ତୃପକ୍ଷ ଙ୍କ ଅବହେଳା ପାଇଁ ଅମିତ୍ ମୃତ୍ୟୁ ଅଭିଯୋଗ କରିଛନ୍ତି ଅମିତ୍ ଙ୍କ ମା । ସନ୍ଧ୍ୟା ରେ ଅମିତ୍ ମୃତ୍ୟୁ ପରେ ତାର ମୃତଦେହ ଘରକୁ ଅଣାଯିବା ପରେ ଘଟଣା ର ତଦନ୍ତ ଦାବୀ ସହ କାର୍ଯ୍ୟାନୁଷ୍ଠାନ ଦାବୀରେ ଘର ଲୋକ ମୃତଦେହ ଗ୍ରହଣ କରିନଥିଲେ। ଖବର ପାଇ ଚମ୍ପୁଆ ଉପଜିଲ୍ଲାପାଳ, ଝୁମ୍ପୁରା ଚମ୍ପୁଆ ତହସିଲଦାର, ଚମ୍ପୁଆ ଏସଡିପିଓ ରାତିରେ ତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରି ମୃତଦେହ ହସ୍ତାନ୍ତର କରିଥିଲେ। ଅନ୍ୟପଟେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁ ଅମିତ୍ ର ମୃତ୍ୟୁ ହେଇଥିବା ଅଭିଯୋଗ କରିଛନ୍ତି ଘରଲୋକ। ଅନ୍ୟପଟେ ଏନେଇ ବାରିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *