
ଦିନ 4 ଟା ହେଲେ ଗାଁ ମୁଣ୍ଡ ସ୍କୁଲ ଭିତରେ କଇଁ କଇଁ କାନ୍ଦୁଛି କିଏ
ଯେମିତି ଲାଗୁଛି କେହି ଜଣେ ଛୋଟ ଛୁଆ ସ୍କୁଲ ଭିତରେ କଇଁ କଇଁ ହୋଇ କାନ୍ଦୁଛି
ଆଉ ଏପଟେ ସ୍କୁଲ ବାହାରେ ଭୁକୁଥିଲେ କୁକୁର ସେହି ସମୟରେ ସ୍କୁଲ ରାସ୍ତା ଦେଇ ଯାଉଥିଲେ କିଛି ଗ୍ରାମବାସୀ ଲୋକ ମାନେ ଆଉ କାନ୍ଦ ଶବ୍ଦ ଶୁଣି ଯାଇ ଦେଖିଲା ବେଳକୁ ସ୍କୁଲ ଭିତରେ ଘଟି ଯାଇଥିଲା ଏମିତି କିଛି ଯେମିତି ତାର ବାପା ମାଆ କୁ ଡାକୁଛି ପୁଅ ସେପଟେ ଗାଁ ସ୍କୁଲ ଭିତରେ ଭାସି ଆସୁଥିବା କାନ୍ଦ ସବୁଦ
ହଁ ଦଶକ ବନ୍ଧୁ ଆପଣମାନେ ଜାଣି ଆପଣଙ୍କ ରୁମ୍ ଟାକୁରି ଉଠିବ ଏପରି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଅଞ୍ଚଳରେ
ସ୍କୁଲ ଭିତରୁ ଶୁଭୁଥିଲା ଛୋଟ ଛୁଆର କାନ୍ଦ। ରାସ୍ତାରେ ଯାଉଥିବା ଲୋକମାନେ କାନ୍ଦ ଶୁଣି ଭୂତ ସନ୍ଦେହରେ ଅଜଣା ଭୟରେ ଭୟଭୀତ ହୋଇପଡୁଥିବା ଆଲୋଚନା ହେଉଛି। ତେବେ ସାହସ ବାନ୍ଧି ବାଟୋଇମାନେ ଯାଇ ଦେଖିଲା ବେଳକୁ ସ୍କୁଲ ଶ୍ରେଣୀ ଗୃହରେ ବନ୍ଦ ହୋଇ ରହିଥିବା ବେଳେ ନାବାଳକ ଛାତ୍ର ଉଦ୍ଧାର ପାଇଁ ସାହାଯ୍ୟ ଆଶାରେ କାନ୍ଦୁଥିଲା।ଯାହା ଶିକ୍ଷକଙ୍କ ଦାୟିତ୍ବ ହୀନତାକୁ ନେଇ ଜୋର ଧରିଛି ଚର୍ଚ୍ଚା। ଅଭିଭାବକ ମହଲରେ ସୃଷ୍ଟି କରିଛି ତୀବ୍ର ଅସନ୍ତୋଷ।ସ୍କୁଲ ଛୁଟି ପରେ ଶ୍ରେଣୀଗୃହ ଚେକ ନ କରି ଭିତରେ ପଡିଥିବା ସଂଜ୍ଞାହୀନ ନାବାଳକ ଛାତ୍ରକୁ ତାଲା ପକାଇ ଘରକୁ ଚାଲିଗଲେ ଶିକ୍ଷକମାନେ। ଶ୍ରେଣୀଗୃହରେ ବନ୍ଦ ହୋଇ ପଡିଥିବା ଛାତ୍ରର ସଂଜ୍ଞା ଫେରିବା ପରେ ଭୟରେ ଯଦି କିଛି ଅଘଟଣ ଘଟିଥାନ୍ତା ତେବେ ସେଭଳି ସ୍ଥିତିରେ କିଏ ଦାୟୀ ହୁଅନ୍ତା ବୋଲି ପ୍ରଶ୍ନ ଉଠୁଛି। ମାତ୍ର ସ୍କୁଲର କିଛି ସାଙ୍ଗମାନଙ୍କ ସହ ମାର୍ପିଟ୍ରୁ ଛାତ୍ରଜଣକ ଅଚେତ୍ ହୋଇ ଶ୍ରେଣୀଗୃହରେ ପଡ଼ିଯାଇଥିଲେ । ସାଙ୍ଗମାନେ କାହାକୁ କିଛି ନଜଣାଇ ଛୁଟି ପରେ ସ୍କୁଲରୁ ପଳାଇଥିଲେ । ଆଉ ସ୍କୁଲ ଛୁଟି ପରେ ସଂପୃକ୍ତ ଛାତ୍ରକୁ ଶ୍ରେଣୀ ଗୃହରେ ତାଲା ପକାଇ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଘରକୁ ପଳାଇଥିଲେ । ଚେତା ଫେରିବା ପରେ ଛାତ୍ରଙ୍କ ପାଟି ଶୁଣି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ କୁରାଢ଼ିକ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଘଟଣାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗ୍ରାମର ବସନ୍ତ ମହାନ୍ତଙ୍କ ୮ ବର୍ଷର ପୁଅ ଏହି ସ୍କୁଲର ତୃତୀୟ ଶ୍ରେଣୀରେ ପଢ଼ନ୍ତି। ସ୍କୁଲରେ ମଧ୍ୟାହ୍ନଭୋଜନ ପରେ କୌଣସି କାରଣରୁ ତାଙ୍କର ତିନି ସହପାଠୀଙ୍କ ସହ ଝଗଡ଼ା ଓ ମାର୍ପିଟ ହୋଇଥିଲା । ସେଥିରେ ଛାତ୍ରଜଣକ ଆଘାତ ପାଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ତାକୁ ଶ୍ରେଣୀ ଗୃହରେ ଛାଡ଼ି ଅନ୍ୟମାନେ ବାହାରି ଆସିଥିଲେ । ସ୍କୁଲ ଛୁଟି ପରେ ସମସ୍ତ ଶ୍ରେଣୀ ଗୃହ ତନ୍ନ ତନ୍ନ ଚେକ କରିବା ତାଙ୍କର ନୈତିକ ଦାୟିତ୍ବ ଏବଂ କର୍ତ୍ତବ୍ୟ ହୋଇଥିଲା ବେଳେ ଚେକ ନ କରି ଶିକ୍ଷକ, ଶିକ୍ଷୟିତ୍ରୀ ଶ୍ରେଣୀଗୃହ ଏବଂ ଗେଟ୍ରେ ତାଲା ପକାଇ ଘରକୁ ଚାଲିଯିବା ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନରେ ଅବହେଳାକୁ ସ୍ପଷ୍ଟ ପ୍ରମାଣିତ କରୁଛି।
ଏପଟେ ପୁଅ ଘରେ ପହଞ୍ଚି ନଥିବାରୁ ମା’, ବାପା ବ୍ୟସ୍ତବିବ୍ରତ ସହିତ ଭୟଭୀତ ହୋଇ ପୁଅ କୁଆଡ଼େ ଗଲା ବୋଲି ଚାରିଆଡ଼େ ଖୋଜିଥିଲେ । ଏନେଇ ପୀଡ଼ିତ ଛାତ୍ରର ବାପା ସ୍କୁଲର ପ୍ରଧାନଶିକ୍ଷକ ଚିନ୍ତାମଣି ମହାନ୍ତଙ୍କୁ ଫୋନ କରିବାରୁ ସେ ବେପରୁଆ ଭାବେ କହିଥିଲେ କି ଛୁଟି ପରେ ସମସ୍ତ ପିଲା ଘରକୁ ପଳାଇ ଯାଇଛନ୍ତି । ଏପଟେ ଦୀର୍ଘସମୟ ପରେ ଛାତ୍ରର ଚେତା ଫେରିବା ପରେ ସେ ଝରକା ଫାଙ୍କ ଦେଇ ଶ୍ରେଣୀଗୃହରୁ ବାହାରକୁ ଆସି ସ୍କୁଲ ପରିସର ବାଡ଼ ପାଖରେ ବସି କାନ୍ଦୁଥିଲା । ସେ ସମୟରେ ସେହି ବାଟଦେଇ ଯାଉଥିବା ଗ୍ରାମବାସୀ ପିଲାର କାନ୍ଦ ଶୁଣି ତାକୁ ସେଠାରୁ ଉଦ୍ଧାର କରି ଘର ଲୋକଙ୍କୁ ଖବର ଦେଇଥିଲେ । ପିଲାର ବାପା ପିଲାଟିକୁ ନେଇ ବେତନଟୀ ଡାକ୍ତରଖାନାରେ ଚିକିତ୍ସା ମଧ୍ୟ କରାଇଥିଲେ । ପରେ ଏନେଇ ଅପରାହ୍ନରେ ବୈଶିଙ୍ଗା ଥାନା ଓ ବେତନଟୀ ବିଇଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତିକରି ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକଙ୍କୁ ଥାନାକୁ ଡାକି ଘଟଣାର ତଦନ୍ତ ଆରମ୍ଭ କରିଛି ବୈଶିଙ୍ଗା ଥାନା ପୋଲିସ। ତେବେ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଦାୟିତ୍ବହୀନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ଓ ମମତା ନାଏକ ଶହ ମୟୁରଭଞ୍ଜ ଜିଲ୍ଲା ରୁ ଦଶରଥ ବାରିକ୍
ଜାଗ୍ରତ ଭାରତ ନ୍ୟୁଜ୍
