Spread the love

ଦିନକୁ ଦିନ ସମାଜରେ ବୃଦ୍ଧି ପାଉଛି ଯୌତୁକ ଜନିତ ହତ୍ୟାକାଣ୍ଡ। ସେହିଭଳି ଏକ ହତ୍ୟାକାଣ୍ଡ ର ଶୁଣାଣୀ କରି ଏକ ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଦଶ ବର୍ଷ କାରାଦଣ୍ଡ ସହ ଦଶହଜାର ଜୋରିମାନା ଦଣ୍ଡିତ କରିଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୈ।ରାଜଜ୍ । ସୂଚନା ଅନୁଯାୟୀ ଝୁମ୍ପୁରା ଥାନା ଅର୍ଶଳା ଗ୍ରାମ ର କୁନାଳ ମହାନ୍ତ ଚମ୍ପୁଆ ବ୍ଲକ ରାଇଗୁଡି ଗ୍ରାମ ର ଲିଲିମଣି ମହାନ୍ତ ଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ର ମାତ୍ର କେଇ ମାସ ପରେ ଏକ ବାଇକ୍ ଓ ପାଓ୍ବାର ଟିଲର ଯୈାତୁକ ଦାବିକରି କୁନାଳ ଓ ତାଙ୍କ ମା ଅଇଲା ମହାନ୍ତ ଘର ଭିତରେ ଲିଲିମଣିକୁ କିରୋସିନି ଢାଳି ପୋଡ଼ି ମାରି ଦେଇଥିଲେ। ମୃତ୍ୟୁବେଳକୁ ଲିଲିମଣି ଗର୍ଭବତୀ ଥିବା ବେଳେ ଏନେଇ ଲିଲିମଣିର ମା ଝୁମ୍ପୁରା ଥାନା ରେ ଏକ ଅଭିଯୋଗ କରିବା ପରେ ପୋଲିସ କୁନାଲ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟ ପଟେ କୁନାଲ ର ମା ଫେରାର ହୋଇଯାଇଥିବା ବେଳେ ଏହି ମାମଲାର ବିଚାର କରି ଅତିରିକ୍ତ ଚମ୍ପୁଆ ଜିଲ୍ଲା ଦୈ।ରାଜଜ୍ ମାନ୍ୟବର ସରୋଜ କୁମାର ଦାସ ସମସ୍ତ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ କୁନାଲ କୁ ଦଶ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରାଇବା ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡ ରେ ଦଣ୍ଡିତ କରିଥିବା ନେଇ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍ ।

Leave a Reply

Your email address will not be published. Required fields are marked *