Spread the love

ସ୍ବଂୟସହାୟକ ମହିଳା ସଂଗଠନଙ୍କୁ ଫିନାଇଲ ପ୍ରସ୍ତୁତ ତାଲିମ

କେନ୍ଦୁଝର:- ସ୍ବଂୟସହାୟକ ମହିଳା ମାନଙ୍କୁ ରୋଜଗାର କ୍ଷେତ୍ର ରେ ଆତ୍ମନିର୍ଭର କରିବା ପାଇଁ ଆର୍ସେଲ ମିତ୍ତଲ ନିପନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କମ୍ପାନୀ ର ଦୁବୁନା ପ୍ଲାଣ୍ଟ ଅଧିନ ରେ ସାମାଜିକ ଦାଇତ୍ବ ବୋଧ କାର୍ଯ୍ୟକ୍ରମ ରେ ମହିଳା ମାନଙ୍କୁ ଜିବୀକାବୃଦ୍ଧି ନିମନ୍ତେ ପୁରୁଣାଡିହି ଏ.ଏମ୍.ଏନ.ଏସ୍ ସ୍ବୟଂସହାୟକ ମହିଳା ଦଳର ୧୪ଜଣ ମହିଳା ଙ୍କୁ ଫିନାଲଇଲ ପ୍ରସ୍ତୁତି ସଂମ୍ପକିତ ତାଲିମ ଦିଆଯାଇଛି। ଏହି କାର୍ଯ୍ୟକ୍ରମ କୁ କେନ୍ଦୁଝର ଧରିତ୍ରୀ କେମିକାଲ ଅନୁଷ୍ଠାନ ସହଯୋଗ କ୍ରମେ କମ୍ପାନୀ ସ୍ଥିତ ଦୁବୁନା ଠାରେ ଥିବା ଜୀବିକା ବିକାଶ କେନ୍ଦ୍ର ରେ ସି.ଏସ.ଆର ବିଭାଗର ତତ୍ତ୍ବାବଧାନ ରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ତାଲିମପ୍ରାର୍ଥୀ ମହିଳାମାନେ ଏହା ଦ୍ବାରା ଆତ୍ମନିର୍ଭର ହେବା ସହ କମ୍ପାନୀର କାର୍ଯ୍ୟକ୍ରମ ଗୁଡିକୁ ସେମାନଙ୍କର ଜୀବନରେ ପରିବର୍ତ୍ତନ ଆଣୁଥିବା ବିଷୟରେ ମତବକ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ କମ୍ପାନୀର ପ୍ରତିନିଧି ତଥା ସି.ଏସ.ଆର ବିଭାଗ ର ଅଧିକାରୀ ସମେତ ସହଯୋଗୀ ପରିଚାଳନାରେ ସହଯୋଗ କରିଥିଲେ।

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *