🇮🇳 ସ୍ୱାଧୀନତା ଦିବସରେ କେଉଁ ଜିଲ୍ଲାରେ କିଏ ଉତ୍ତୋଳନ କରିବେ ତ୍ରିରଙ୍ଗା? ଜାଣନ୍ତୁ ପୂରା ତାଲିକା
ଭୁବନେଶ୍ୱର: ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବ୍ୟାପୀ ଜାତୀୟ ପତାକା ଉତ୍ତୋଳନ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି। ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ। ଅନ୍ୟପଟେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦୁଇଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।
🇮🇳 କେଉଁଠି କିଏ କରିବେ ପତାକା ଉତ୍ତୋଳନ?
| କ୍ରମ | ଦାୟିତ୍ୱରେ ଥିବା ନେତା | ଜିଲ୍ଲା |
|---|---|---|
| ୧ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଭୁବନେଶ୍ୱର |
| ୨ | ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ | କଳାହାଣ୍ଡି |
| ୩ | ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା | ସୁନ୍ଦରଗଡ଼ |
| ୪ | ମନ୍ତ୍ରୀ ସୁରେଶ ପୂଜାରୀ | କଟକ |
| ୫ | ମନ୍ତ୍ରୀ ରବି ନାରାୟଣ ନାୟକ | ଅନୁଗୁଳ |
| ୬ | ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ | ମାଲକାନଗିରି |
| ୭ | ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର | ସମ୍ବଲପୁର |
| ୮ | ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | ଗଞ୍ଜାମ |
| ୯ | ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ | ରାୟଗଡ଼ା |
| ୧୦ | ମନ୍ତ୍ରୀ ବିଭୂତି ଭୂଷଣ ଜେନା | କନ୍ଧମାଳ |
| ୧୧ | ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର | ଖୋର୍ଦ୍ଧା |
| ୧୨ | ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ | ପୁରୀ |
| ୧୩ | ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ | ବଲାଙ୍ଗୀର |
| ୧୪ | ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ | ବାଲେଶ୍ୱର |
| ୧୫ | ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ | ଗଜପତି |
| ୧୬ | ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ | କୋରାପୁଟ |
୧୪ ଜିଲ୍ଲାରେ ମନ୍ତ୍ରୀ, ଅନ୍ୟ ଜିଲ୍ଲାରେ ଜିଲ୍ଲାପାଳ
ରାଜ୍ୟର ମୋଟ ୧୪ଟି ଜିଲ୍ଲାରେ ମନ୍ତ୍ରୀମାନେ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହାବ୍ୟତୀତ ଦୁଇଟି ଜିଲ୍ଲାରେ ଆର୍ଡିସି ପତାକା ଉତ୍ତୋଳନ କରିବେ।
ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ସମ୍ପୃକ୍ତ ଜିଲ୍ଲାପାଳମାନେ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ।
ସ୍ୱାଧୀନତା ଦିବସକୁ ନେଇ ରାଜ୍ୟବ୍ୟାପୀ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସମାରୋହଗୁଡ଼ିକରେ ପ୍ୟାରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ଆୟୋଜନ ହେବ।
