ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବିଚ୍ଛନ୍ଦ ଚରଣ ପ୍ରଧାନ ଙ୍କ ଦେହାନ୍ତ ରେ ଶୋକ ପ୍ରକାଶ କଲେ ଉପ ବାଚସ୍ପତି

ଜେ ବି ଏନ, ୦୬/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର/ଅନୁଗୋଳ : ଗତକାଲି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ କଂସମୁଣ୍ଡା ସ୍ଵାଧୀନତା ସଂଗ୍ରାମୀ ଶ୍ରୀ ବିଚ୍ଛନ୍ଦଚରଣ ପ୍ରଧାନ ଙ୍କ ଦେହାନ୍ତ ହୋଇଯାଇଛି l ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବିଚ୍ଛନ୍ଦ ଚରଣ ପ୍ରଧାନ ଙ୍କ ଦେହାନ୍ତ ରେ ଶୋକ ପ୍ରକାଶ କରିଛନ୍ତି ଉପ ବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂ। ଶ୍ରୀ ସିଂ କହିଛନ୍ତି ଯେ ଭାରତ ମା ମାଟିର ସୁଯୋଗ୍ୟ ସନ୍ତାନ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବିଚ୍ଛନ୍ଦ ଚରଣ ପ୍ରଧାନ ଙ୍କ ଦେହାନ୍ତ ଖବର ଜାଣି ମୁ ଦୁଖିତ ଓ ମର୍ମାହତ। ଦେଶର ସ୍ୱାଧୀନତା ଲଢେଇ ରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
