Spread the love

ହାଇଦ୍ରାବାଦ ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ବଡ଼ ସଫଳତା; ୨୭ ହଜାର ୬୫୦ କୋଟି ଟଙ୍କାର ଏମ୍ ଓ ୟୁ ସ୍ବାକ୍ଷରିତ

ଭୁବନେଶ୍ବର: ହାଇଦ୍ରାବାଦରେ ଅୟୋଜିତ ହୋଇଥିବା ନିବେଶକ ସମ୍ମିଳନୀରେ ଯୋଗଦେବା ପରେ ଓଡ଼ିଶା ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିସେମ୍ବର ୧୮ ୧୯ ରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ ନିବେଶ କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା ମିଳିଥିବା କହିଲେ ମୁଖ୍ୟମନ୍ତ୍ରୀ। ନିବେଶକଙ୍କ ସହ ୨୫ଟି ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରାୟ ୫୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ନିବେଶକ ସମ୍ମିଳନୀରେ ୨୭ ହଜାର ୬୫୦ କୋଟି ଟଙ୍କାର ୧୩ଟି ଏମ୍ ଓ ୟୁ ବା ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହା ଦ୍ଵାରା ୧୫,୯୦୫ ନିଯୁକ୍ତି ପଦ ସ୍ରୁଷ୍ଟି ହେବା ଲକ୍ଷ୍ୟ ରହିଛି। ବିଶେଷ କରି ଔଷଧ ଉତ୍ପାଦନ, ଚିକିତ୍ସା ଉପକରଣ, ପ୍ରତିରକ୍ଷା ଉତ୍ପାଦନ, ଇଲେକ୍ଟ୍ରୋନିକ୍ସ, ଆଇଟି, ଅକ୍ଷୟ ଶକ୍ତି, ଟେକ୍ସଟାଇଲ, ଡାଟା ସାଇନ୍ସ, ଭଳି କ୍ଷେତ୍ରରେ ନିବେଶ କରିବା ପାଇଁ ନିବେଶକ ମାନେ ଆଗ୍ରହୀ ଅଛନ୍ତି। ଏହି ସବୁ କ୍ଷେତ୍ରରେ ନିବେଶ କରିବାକୁ ଓଡ଼ିଶାରେ କଣ ପଲିସି ଓ ଭିତ୍ତିଭୂମି ରହିଛି ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *