Spread the love

ହାତୀ ମୃତ୍ୟୁ ପାଇଁ କିଏ ଦାୟୀ, ହାତୀଙ୍କ ସୁରକ୍ଷା ଖାଲି ପୋଷ୍ଟର ଓ ବ୍ୟାନରରେ ଝଲସୁଛି।

 

ହାତୀ ଏକ ଐତିହ ପ୍ରାଣୀ ଏହାର ସୁରକ୍ଷା ଆମର ଦାୟିତ୍ବ। ଏହି ଲେଖାଟି କେନ୍ଦୁଝର ଜିଲ୍ଲାରେ ଯେମିତିକି ଏକ ଭେଳିକି ଭଳି ମନେହୁଏ।ସରକାରଙ୍କ ପକ୍ଷରୁ ହାତୀଙ୍କ ସୁରକ୍ଷା ପାଇଁ ହେଉଥିବା ଖର୍ଚ୍ଚସବୁ କେନ୍ଦୁଝର ଜିଲ୍ଲାରେ ପାଣିରେ ପଡୁଥିବା ମନେହୁଏ। କେତେବେଳେ ହାତୀ ମଣିଷ ର ଶିକାର ହେଉଛି ତ ଆଉ କେତେବେଳେ ଟ୍ରେନ୍ ଓ ଗାଡି ଦୁର୍ଘଟଣା ରେ ହାତୀର ମୃତ୍ୟୁ ବରଣ କରୁଛି।ଏହି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ହାତୀ ମୃତ୍ୟୁ ଥମିବାରେ ନା ଧରୁନି। ସେହିଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ବନଖଣ୍ଡ ଚମ୍ପୁଆ ରେଞ୍ଜ ନୟାଗଡ ବିଟ୍ ଫରେଷ୍ଟ ଅଧୀନ ପଳସା ପଞ୍ଚାୟତ ଜଗନ୍ନାଥପୁର ଠାରେ ,ଏକ ମାଈ ହାତୀର ଟ୍ରେନ୍ ଧକ୍କା ରେ ମୃତ୍ୟୁ ହୋଇଥିବା ନେଇ ସୂଚନା। ଏ ଖବର ଜାଣିବା ପରେ ହାତୀ ଟିକୁ ଦେଖିବାକୁ ଲୋକେ ଭିଡ ଜମାଇଥିଲେ। ଲାଗୁଛି ଯେମିତି ଏହି ଐତିହ ପ୍ରାଣୀ ହାତୀ ବଂଶ ଅତିଶିଘ୍ର ବିଲୋପ ପାଇଯିବ। ସୂଚନା ଅନୁଯାୟୀ ଆଜି ଭୋର ସମୟରେ ହାତୀଟି ଟ୍ରେନ୍ ଧକ୍କାରେ ହାତୀଟିର ମୃତ୍ୟୁ ହୋଇଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀ, ଟ୍ୟାକ୍ସ ଫୋର୍ସ ଟିମ୍ ଓ ପଶୁ ଚିକିତ୍ସକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ଚଳାଇଥିବା ନେଇ ସୂଚନା।

 

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

 

Leave a Reply

Your email address will not be published. Required fields are marked *