*ହିନ୍ଦୋଳ ପୋଲିସର ବଡ଼ ସଫଳତା , ଚୋରା ବନ୍ଧୁକ ନିର୍ମାଣ ଧାରୀଙ୍କୁ କାବୁ କଲା ହିନ୍ଦୋଳ ପୋଲିସ
।*
*-ହିନ୍ଦୋଳ ଏସ ଡି ପି ଓ ଦୀପକ ରଞ୍ଜନ ଜେନା ପ୍ରେସ ମିଟ ଦ୍ବାରା ଦେଲେ ସୂଚନା !!!* ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ପୋଲିସ ଅଧିକାରୀ ଦୀପକ ରଞ୍ଜନ ଜେନା ଓ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ରବିବାର ଦିନ ମହlଲୁଣ୍ଡା ଗ୍ରାମରେ ଚଢ଼ାଉ କରି ଚୋରା ବନ୍ଧୁକ ନିର୍ମାଣ ଧାରୀଙ୍କୁ ଗିରଫ କରିବା ସହ ବେଆଇନ ଚୋରା ବନ୍ଧୁକ ତିଆରି କାରଖାନାକୁ ଠାବ କରି ବନ୍ଧୁକ ତିଆରି ସରଞ୍ଜାମ , ଗୁଳି , ବlରଦ, ପଟା, ପାଇପ, କଟର ମେସିନ, ହାମର ଓ ସମସ୍ତ ଯନ୍ତ୍ରାଂଶ ସହ ଚୋରା ବନ୍ଧୁକ ଇତ୍ୟାଦି ଜବତ କରିଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ମlହlଲୁଣ୍ଡା ଅଞ୍ଚଳର ବିଶୁ ମହାରଣା । ଗିରଫ କରିଥିବା ଅଭିଯୁକ୍ତ ଜଣକୁ ସୋମବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ହିନ୍ଦୋଳ ପୋଲିସ। ଏଠାରେ ପ୍ରଶ୍ନ ଉଠେ ଏହି ଚୋରା ବନ୍ଧୁକ କାରବାରର ମୁଖ୍ୟ କାରପେଟlର କିଏ , ଏଥିରେ ଆଉ କିଏ କିଏ ସମ୍ପୃକ୍ତ, ଏହି ଚୋରା ବନ୍ଧୁକ କାରବାର ପାଇଁ ବଡ଼ ବଡ଼ ଅପରାଧ ଘଟିବାର ମଧ୍ୟ ସମ୍ଭାବନା ରହୁଛି। ଏଣୁ ସେସବୁ ଲୋକଲୋଚନକୁ ଆସିବା ଦରକାର ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି। ହିନ୍ଦୋଳ ଏସ ଡି ପି ଓ ଦୀପକ ରଞ୍ଜନ ଜେନା ପ୍ରକାଶ କରିଛନ୍ତି ଯେ ଏବେ ଗୋଟିଏ ସଫଳତା ଆମେ ପାଇଛୁ ଆଗାମୀ ଦିନରେ ତପ୍ତରତା ସହିତ କାର୍ଯ୍ୟ କରି ଆହୁରି ସଫଳତା ହାସଲ କରିବା ପାଇଁ ଚେଷ୍ଟା କରିବୁ। ହିନ୍ଦୋଳ ପୋଲିସର ଏହି ସଫଳତାକୁ ଓଡିଶା ପୋଲିସ ବିଭାଗ ଓ ଢେ଼ଙ୍କାନାଳ ଏସପି ପ୍ରଶଂସା କରିଛନ୍ତି।ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ
