Spread the love

ଭୂବନେଶ୍ୱର: ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ୮ଟି ଗୁରୁତ୍ବପୂର୍ଣ୍ଣ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ କରିବାରେ ବେଶ ସହାୟକ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବା ସହ ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍‍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ସୃଷ୍ଟି ହେବ।

ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କ MoU ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବା ସହ ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍‍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ସୃଷ୍ଟି ହେବ। ଯାହାକି ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ କରିବାରେ ବେଶ୍ ସହାୟକ ହେବ…

ଓଡ଼ିଶା ସମ୍ଭାବନାର ରାଜ୍ୟ, ଦେଶର ଗ୍ରୋଥ୍ ଇଞ୍ଜିନ ଭାବେ କାମ କରିବ। ଭିତ୍ତିଭୂମି ସୁଦୃଢ଼ ଓ ରାଜ୍ୟକୁ ନିବେଶ ଆଣିବାକୁ ସରକାର କାମ କରୁଛନ୍ତି। ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ଏମଓୟୁ ସ୍ବାକ୍ଷର ହୋଇଛି। ପ୍ରଥମ ଏମ୍ଓୟୁ ଇଡ୍‌କୋ ସହ ସିଙ୍ଗାପୁରର ହୋଇଛି।ଭୁବନେଶ୍ବର ନିକଟରେ ନୂଆ ସହରର ବିକାଶ ଲାଗି ଏମଓୟୁ ହୋଇଛି। ବିଡିଏ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ସହ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

Leave a Reply

Your email address will not be published. Required fields are marked *