Spread the love

ଭୁବନେଶ୍ବର: ୬ଜିଲ୍ଲାର ନୂଆ ବିଜେଡି ସଭାପତି ନିଯୁକ୍ତ କରାଯାଇଛି। ଢେଙ୍କାନାଳ ଜିଲ୍ଲାର ବିଜେଡି ସଭାପତି ନୃସିଂହ ଚରଣ ସାହୁ ହୋଇଥିବା ବେଳେ ଦେବୀ ପ୍ରସାଦ ଭୁତିଆଙ୍କୁ ଢେଙ୍କାନାଳ ଜିଲ୍ଲାର କାର୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଅଶ୍ବିନୀ କୁମାର ପାତ୍ର ବାଲେଶ୍ବର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

ଝିହ୍ନା ହିକ୍‌କା କୋରାପୁଟ ଜିଲ୍ଲା ସଭାପତି ହୋଇଥିବା ବେଳେ ପ୍ରଶାନ୍ତ ଗୁପ୍ତାଙ୍କୁ କାର୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ପ୍ରଭାସ କୁମାର ସିଂହକୁ ବରଗଡ଼ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ସୁଶାନ୍ତ ମହାପାତ୍ର ( ଜାପାନୀ)ଙ୍କୁ କାର୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି।
ଅନ୍ୟପକ୍ଷରେ, ହଲୁ ମୁଣ୍ଡାରିଙ୍କୁ ରାଉରକେଲାର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି। ରବି ସିଂହକୁ ଝାରସୁଗୁଡ଼ାର ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଛି। ଏହି ନୂଆ ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *