Spread the love

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ସିଲ୍ଭର ମିଟ୍‌। କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି।

ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ଆଥଲେଟିକ୍ସ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ଏବଂ ବିଶ୍ୱ ଆଥଲେଟିକ୍ସର ମିଳିତ ଆୟୋଜନରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇ ବିଭିନ୍ନ ଦେଶରୁ ଆସିଥିବା କ୍ରୀଡ଼ାବିତ୍‌ ଓ ସହଯୋଗୀମାନଙ୍କୁ ସ୍ୱାଗତ କରାଯାଇଥିଲା।

ଏହି ସିଲ୍ଭର ମିଟ୍‌ରେ ପୁରୁଷ ଓ ମହିଳା ବର୍ଗରେ ମୋଟ ୧୮ଟି ଇଭେଣ୍ଟରେ ଶତାଧିକ ଆନ୍ତର୍ଜାତିକ ଓ ଜାତୀୟସ୍ତରର କ୍ରୀଡ଼ାବିତ୍‌ ନିଜ ଦକ୍ଷତା ପ୍ରଦର୍ଶନ କରୁଛନ୍ତି।

ପ୍ରତିଯୋଗିତାରେ ଓଡ଼ିଶାର ଏକାଧିକ ପ୍ରତିଭାବାନ ଆଥଲେଟ୍‌ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଶ୍ରାବଣୀ ନନ୍ଦ, ସ୍ୱାଧୀନ କୁମାର ମାଝୀ, ବାପି ହାଂସଦା, ପ୍ରଜ୍ଞା ପ୍ରଶାନ୍ତି ସାହୁ, ଅନିମେଶ କୁଜୁର ଓ କିଶୋର ଜେନା ପ୍ରମୁଖ ରହିଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ବିଶ୍ୱସ୍ତରୀୟ ଆଥଲେଟିକ୍ସ ପ୍ରତିଯୋଗିତାର ଆୟୋଜନ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ଆଉ ଏକ ନୂଆ ପରିଚୟ ଦେଇଛି।

Leave a Reply

Your email address will not be published. Required fields are marked *