Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ପାଳନ

ଜେ ବି ଏନ (ସୁଶାନ୍ତ କୁମାର /ଶୁଭମ ପାଣି) ୦୧/୦୪/୨୦୨୧ ଢେଙ୍କାନାଳ : ଗୋପବନ୍ଧୁ ଟାଉନହଲ ଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି ।ଆଜିର ଏହି ଦିବସରେ ଓଡିଶା ସରକାରଙ୍କ କୃଷିମନ୍ତ୍ରୀ ମାନ୍ୟବର ଶ୍ରୀ ଅରୁଣ ସାହୁ, ଢେଙ୍କାନାଳର ସାଂସଦ ଶ୍ରୀ ମହେଶ ସାହୁ, ଢେଙ୍କାନାଳର ବିଧାୟକ ଶ୍ରୀ ସୁଧୀର ସାମଲ,  ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା, ପ୍ରକଳ୍ପ ନିର୍ଦେଶକ ଶ୍ରୀ ନରୋତ୍ତମ ବେହେରା, ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ ପ୍ରଦ୍ୟୁମ୍ନ ରଥ ଅତିଥିରୁପେ ଉସ୍ଛବରେ ଯୋଗ ଦେଇଥିଲେ । 

ଅତିଥିମାନଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ବଳନ ହେବାପରେ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରାଯାଇଥିଲା । ଏହାପରେ ଆଜିର ଦିବସ ସମ୍ବନ୍ଧରେ ଅତିଥିମାନେ ନିଜର ବକ୍ତବ୍ୟ ରଖିଥିଲେ । ଓଡିଶା କୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପଛରେ ଯେଉଁ ମହାନ ପୁରୁଷ ମନେ ନିଜ ଜୀବନକୁ ପ୍ରାଣବଳି ଦେଇଥିଲେ ସେମାନଙ୍କର ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ କରିବା ସମେତ ସେମାନଙ୍କର ବଳିଦାନ ସମ୍ବନ୍ଧରେ ନିଜ ନିଜର ମତ ରଖିଥିଲେ । ଆଜିର ଦିବସରେ ଉତ୍କଳ ନାମରେ ଏକ ପତ୍ରିକା ପ୍ରକାଶ ପାଇଥିଲା । ପିଲାମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।